Only for Entertainment

ଓଡ଼ିଶା ମାଟିରୁ ଯାଇ ବଲିଉଡରେ କ୍ୟାରିଅର କରିଥବା ବିବାଦୀୟ ଗାୟିକା ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଂଟାରୀ

scroll.in
25

ନିକଟ ଅତୀତରେ ଖୁବ ଚର୍ଚ୍ଚାକୁ ଆସିଛନ୍ତି ସୋନା ମହାପାତ୍ର । କାରଣ ହେଉଛି ମି ଟୁ ଅଭିଯାନ । ଆଜ୍ଞା ହଁ ପ୍ରସିଦ୍ଧ ଗାୟକ ଅନୁ ମଲ୍ଲିକଙ୍କ ଉପରେ ଗତବର୍ଷ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ଓଡ଼ିଶାରୁ ଯାଇ ବଲିଉଡରେ କ୍ୟାରିଅର କରିଥିବା ସୋନା ମହାପାତ୍ର । କିଛି ଦିନ ଏହି ବିବାଦ ଥମିଥିବା ବେଳେ ପୁଣିଥରେ ଅନୁ ମଲ୍ଲିକଙ୍କ ନାମରେ ବିବାଦ ଆଣି ଚର୍ଚ୍ଚାକୁ ଆସିଛନ୍ତି ଗାୟିକା । ଯାହାପରେ ତାଙ୍କ ସହିତ ଯୋଗ ଦେଇଛନ୍ତି ଗାୟିକା ନେହା ଭସୀନ । ଯାହାର ସୂଚନା ଆମେ ଆପଣଙ୍କୁ ଦେଇଥିଲୁ । କିନ୍ତୁ ଏବେ ସୋନା ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି । ଆଜ୍ଞା ହଁ ସୋନା ମହାପାତ୍ରଙ୍କ ଉପରେ ନିର୍ମାଣ ହୋଇଛି ଏକ ଛୋଟ ଡକ୍ୟୁ ମେଂଟାରୀ, ଯେଉଁଥିରେ ସ୍ଥାନ ପାଇଛି ଏକାଧିକ ବିବାଦୀୟ କଥା । ତାହା ସଲମାନଙ୍କ ସହିତ ଅପଡ଼ ହେବା କାରଣ ଠାରୁ ଆରମ୍ଭ କରି ଅନୁ ମଲ୍ଲିକଙ୍କ ନାମରେ ଯୌ ଶୋଷଣ ଅଭିଯୋଗ ଆଣିବା ପର୍ଯ୍ୟନ୍ତ ।

କେବଳ ସେତିକି ନୁହେଁ ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କୁ କଟାକ୍ଷ କରିବା ଘଟଣା ମଧ୍ୟ ସାମିଲ ରହିଛି । ଏହା ସହିତ ଅନ୍ତର୍ଭୁକ୍ତ ରହିଛି ଆହେ ନୀଳ ଶୈଳକୁ ଅପଭ୍ରଂଶ କରି ଗାଇବା ଘଟଣା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More