Only for Entertainment

ଛୋଟ ପୋଷାକ ପରିଧାନ କରି ସୁଫି ସଂଗୀତ ଗାଇବାକୁ ନେଇ କଣ୍ଠଶିଲ୍ପୀ ସୋନାଙ୍କୁ ମିଳିଲା ଧମକ !

indiatimes
0 81

ପ୍ରସିଦ୍ଧ କଣ୍ଠଶିଲ୍ପୀ ସୋନା ମହାପାତ୍ର ସୋମବାର ମୁମ୍ବାଇ ପୁଲିସଙ୍କୁ ଟ୍ୟାଗ କରି ଗୋଟେ ପରେ ଗୋଟେ କରି ଅନେକ ଟ୍ୱିଟ କରିଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଲାଟେଷ୍ଟ ସଂଗୀତ ‘ତୋରୀ ସୁରତ’ପାଇଁ ମଦାରିଆ ସୁଫି ଫାଉଣ୍ଡେସନ ପକ୍ଷରୁ ଧମକ ଆସିଥିବା ଜଣାଇଛନ୍ତି ।

ସୋନାଙ୍କୁ ମଦାରିଆ ସୁଫି ଫାଉଣ୍ଡେସନ ପକ୍ଷରୁ ‘ତୋରୀ ସୁରତ’ସଂଗୀତ ସବୁଆଡୁ ହଟାଇବା ଲାଗି ଧମକ ଆସୁଥିବା ଟ୍ୱିଟ ଜରିଆରେ ସୋନା ଜଣାଇଛନ୍ତି । ସେହି ଫାଉଣ୍ଡେସନର କହିବା ମୁତାବକ ଭିଡିଓ ଅଶ୍ଳୀଳ ଅଟେ ଏବଂ ଏହାଦ୍ୱାରା ସାଂପ୍ରଦାୟିକ ମଧ୍ୟରେ ଅଶାନ୍ତି ଦେଖାଦେବ ।

ଏହିକାରଣରୁ ପୁଲିସର ସହାୟତା ପାଇବା ପାଇଁ ସେ ମୁମ୍ବାଇ ପୁଲିସକୁ ଟ୍ୟାଗ କରି ଲେଖିଛନ୍ତି ଯେ ସେ କାହାକୁ ରିପୋର୍ଟ କରିବେ?

ଏହାପରେ ସେ କହିଛନ୍ତି ଯେ ତାଙ୍କର ୫ବର୍ଷ ପୂରୁଣା ଭିଡିଓକୁ ନେଇ ମଧ୍ୟ କହିଛନ୍ତି ଇସଲାମଙ୍କୁ ଅପମାନ କରିବା ବିଷୟରେ କାରଣ ସେ ଏହି ଗୀତରେ ଏକ୍ସପୋଜ ଭଳି ପୋଷାକ ପରିଧାନ କରିବା କଥା କହିଛନ୍ତି । ତେଣୁ ଏହି ପୋଷାକ ପାଇଁ ମଧ୍ୟ ସେମାନେ ତାଙ୍କ ବିପକ୍ଷରେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More