Only for Entertainment

ରେକର୍ଡ଼ କଲା ସୋନା ମହାପାତ୍ରଙ୍କ ରଙ୍ଗବତୀ ଗୀତ, କୋକ ଷ୍ଟୁଡିଓ ୟୁଟ୍ୟୁବ ଚ୍ୟାନେଲ ଟ୍ରେଣ୍ଡରେ ଗାୟିକା

82

କୋକ୍ ଷ୍ଟୁଡ଼ିଓରେ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ…’ର ରିମିକ୍ସ ପ୍ରସ୍ତୁତ କରି  ବିବାଦ ଘେରକୁ ଆସିଥିବା ଓଡ଼ିଆ ଗାୟିକା ସୋନା ମହାପାତ୍ର ଏବେ ସେ ସଂପର୍କିତ ଏକ ଭଲ ଖବର ସୋସିଆଲ୍ ମିଡ଼ିଆରେ ସେୟାର କରିଛନ୍ତି । ଗୁରୁବାର ନିଜ ଫେସବୁକ୍ ପେଜରେ ଏକ ପୋଷ୍ଟରେ ସୋନା ଜଣାଇଛନ୍ତି କି ୟୁଟ୍ୟୁବରେ ଥିବା କୋକ୍ ଷ୍ଟୁଡ଼ିଓର ଅଫିସିଆଲ୍ ଚାନେଲରେ ‘ରଙ୍ଗବତୀ..’ଗୀତକୁ ସର୍ବାଧିକ ଥର ଦେଖିଛନ୍ତି ଦର୍ଶକ । ସୋନାଙ୍କ ମୁତାବକ ପ୍ରାୟ ୪୪ ନିୟୁତ ଅର୍ଗାନିକ ଭିଉ ହୋଇ ‘ରଙ୍ଗବତୀ..’ଏକ ସର୍ବକାଳୀନ ରେକର୍ଡ କରିଛି ।

 

ନିଜ ଫେସବୁକ୍ ପୋଷ୍ଟରେ ସୋନା ଲେଖିଛନ୍ତି , ମୋର ‘ରଙ୍ଗବତୀ.’କୋକ୍ ଷ୍ଟୁଡ଼ିଓ ଇଣ୍ଡିଆର ସମସ୍ତ ସିଜିନର ଗୀତଗୁଡ଼ିକ ମଧ୍ୟରେ ସର୍ବାଧିକ ଆଦୃତି ପାଇଛି । ୪୪ ନିୟୁତ ରିୟଲ୍,ଅର୍ଗାନିକ ଭିଉଜ ! ଏହା ଗୌରବମୟ ସମ୍ବଲପୁରୀ-ଓଡ଼ିଆ ସଂସ୍କୃତିର ସୌନ୍ଦର୍ଯ୍ୟକୁ ପ୍ରତିପାଦିତ କରୁଛି ।

 

ଉଲ୍ଲେଖଯୋଗ୍ୟ, କୋକ୍ ଷ୍ଟୁଡିଓ ଲାଗି ପ୍ରସ୍ତୁତ ‘ରଙ୍ଗବତୀ.’ର ପ୍ରସାରଣ ପରେ ସମ୍ବଲପୁରୀ ଉଚ୍ଚାରଣରେ ତ୍ରୁଟି ଯୋଗୁଁ ସମାଲୋଚନାର ଶିକାର ହୋଇଥିଲେ ସୋନା ମହାପାତ୍ର । ଏଥି ସହ ‘ରଙ୍ଗବତୀ.’ଗୀତର ଲେଖକ ଓ ସଙ୍ଗୀତ ନିର୍ଦ୍ଦେଶକଙ୍କ ଅନୁମତି ନିଆଯାଇ ନ ଥିବାରୁ ସୋନାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । କପିରାଇଟ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ‘ରଙ୍ଗବତୀ.’ର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଓ ସ୍ୱରକାର ପ୍ରଭୁଦତ୍ତ ପ୍ରଧାନ ୧ କୋଟି ଟଙ୍କା କ୍ଷତି ପୂରଣ ଦାବି କରି ମାମଲା କରିଥିଲେ ।

‘ରଙ୍ଗବତୀ.’ରିମିକ୍ସ ସଙ୍ଗୀତ ନିର୍ଦ୍ଦେଶନା ସୋନାଙ୍କ ସ୍ୱାମୀ ରାମ ସଂପତ୍ତ ଦେଇଥିଲେ । ଏଥିରେ ଓଡ଼ିଆ ଗାୟକ ଋତୁରାଜ ମହାନ୍ତି ସହାୟକ ଗାୟକ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More