ପୁଣି ଥରେ ଚର୍ଚ୍ଚାରେ ସୋନା, କବୀର ସିଂ ଫିଲ୍ମକୁ ନେଇ ଦେଲେ ବିବାଦୀୟ ବୟାନ !
ପୁଣି ବିବାଦରେ ସୋନା ମହାପାତ୍ର । କବିର ସିଂ ଫିଲ୍ମକୁ ନେଇ ଟୁଇଟ୍ କରିବା ପରେ ସୋନା ବିବାଦୀୟ ହୋଇପଡିଛନ୍ତି । ଫିଲ୍ମରେ ସାହିଦଙ୍କ ଭୂମିକାକୁ ନେଇ ସୋନା ଟୁଇଟ୍ କରି ପ୍ରଶ୍ନ କରିଛନ୍ତି । ଚାଡିଆଡୁ ଫିଲ୍ମକୁ ନେଇ ସିନେପ୍ରେମୀ ପ୍ରଂଶସା କରୁଥିବା ବେଳେ ସୋନା କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି । କେବଳ ସେତିକି ନୁହେଁ, ସେ ଟୁଇଟ୍ ଜରିଆରେ ଲୋକମାନଙ୍କୁ ମଧ୍ୟ ଫିଲ୍ମକୁ ନେଇ ପ୍ରଶଂସା ନ କରିବାକୁ କହିଛନ୍ତି ।
ସୋନା ତାଙ୍କ ଟୁଇଟରେ କହିଛନ୍ତି ଫିଲ୍ମକୁ ଯଦି ଦେଖିବା ତେବେ ସେଥିରେ ଭୂଲ କଣ ପୁଣି ବିବାଦରେ ସୋନା ମହାପାତ୍ର । କବିର ସିଂ ଫିଲ୍ମକୁ ନେଇ ଟୁଇଟ୍ କରିବା ପରେ ସୋନା ବିବାଦୀୟ ହୋଇପଡିଛନ୍ତି । ଫିଲ୍ମରେ ସାହିଦଙ୍କ ଭୂମିକାକୁ ନେଇ ସୋନା ଟୁଇଟ୍ କରି ପ୍ରଶ୍ନ କରିଛନ୍ତି । ଚାଡିଆଡୁ ଫିଲ୍ମକୁ ନେଇ ସିନେପ୍ରେମୀ ପ୍ରଂଶସା କରୁଥିବା ବେଳେ ସୋନା କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି । କେବଳ ସେତିକି ନୁହେଁ, ସେ ଟୁଇଟ୍ ଜରିଆରେ ଲୋକମାନଙ୍କୁ ମଧ୍ୟ ଫିଲ୍ମକୁ ନେଇ ପ୍ରଶଂସା ନ କରିବାକୁ କହିଛନ୍ତି ।
& how can we keep such deeply disturbing , dark & dangerous politics ‘aside’? Does the actor have no responsibility for choosing to play a part in a narrative that can set us back as a society? Is that all we have become? Creatures of ambition? #LetsTalk #India #KabirSingh https://t.co/UxUbWdOpAF
— SONA (@sonamohapatra) June 21, 2019
ସୋନା ତାଙ୍କ ଟୁଇଟରେ କହିଛନ୍ତି ଫିଲ୍ମକୁ ଯଦି ଦେଖିବା ତେବେ ସେଥିରେ ଭୂଲ କଣ ରହୁଛି ଓ ବାପଘର କଥା ଉପରେ କିଛି ଗୁରୁତ୍ୱ ଦିଆଯାଇନି । ଆମେ ମାନେ ଆଶା କରିବା ସ୍ୱାଭାବିକ୍ ଯେତେବେେଳେ ଭାରତରେ ନାରୀର ସ୍ଥାନ ଉପରେ କିଛି କଥା ଆସେ ।
Didn’t notice the deeply misogynistic & patriarchal narrative? Just intense acting? That is truly deeply disturbing. That you are the the chairperson of the @NCWIndia , makes me wonder about what we can hope for when it comes to women’s place in #India . ? https://t.co/zxcLWVFuiO
— SONA (@sonamohapatra) June 21, 2019
ସୋନା ତାଙ୍କ ଆଉ ଏକ ଟୁଇଟରେ ଜଣେ ସିନେ ସମୀକ୍ଷକଙ୍କୁ ଟ୍ୟାଗ କରି ଲେଖିଛନ୍ତି, କିପରି ଆମେ ଏପରି ରାଜନୀତିରେ ନିଜକୁ ଦୂରେଇ ରଖୁଛୁ । ସେ ସାହିଦଙ୍କୁ ଟାଗେର୍ଟ କରି କହଛନ୍ତି , କଣ ଜଣେ ଅଭିନେତାଙ୍କ ନିଜର ଦାୟିତ୍ୱ ନାହିଁ କି, ସେ ନିଜ ପାଇଁ ଯେଉଁ ଭୂମିକା ବାଛିବ ତା’ ସମାଜ ପକ୍ଷେ କେତେ ଗ୍ରହଣୀୟ । ।
କେବଳ ସେତିକି ବିବାଦ ଘେରକୁ ଆସିବା ପଛେ ସଫେଇ ଦେଇ ସୋନା ଆଉ ଏକ ଟୁଇଟ୍ କରିଛନ୍ତି । ସେଥିରେ ସେ ଲେଖିଛନ୍ତି, ହେ ମୋ ପ୍ରିୟ ଭାରତୀୟ ଲୋକ, ଆପଣମାନେ ବଲିଉଡର ଏହି ଭୁଲ ବିଚାରରେ ଆନନ୍ଦ ଉଠାଇବାରେ ନିଜର ସ୍ୱାଧୀନତା ଅନୁଭବ କରନ୍ତୁ । ଆଉ ପ୍ରିୟ ମିଡିଆ ପେଡ୍ କମ୍ପାନୀର ପିଆର ବଷିଁ କହିଛନ୍ତି, ଆପଣମାନେ ମୋ ଟୁଇଟ୍ ବ୍ୟବହାର କରି ନିଜର ଟିଆରପି ବଢାଇବା ବନ୍ଦ କରନ୍ତୁ । ନିଜର ସ୍ୱର ଉଠାଅ ଓ ସାମ୍ବାଦିକଙ୍କ ମତାମତ ନିଅନ୍ତୁ । ସମସ୍ତଙ୍କ ସ୍ୱର ଉଠାଇବାର ଅଧିକାର ରହିଛି । ଏପରି ଟୁଇଟ କରି ସଫେଇ ରଖିଛନ୍ତି ସୋନା । କିଛି ଦିନ ତଲେ ସଲମାନଙ୍କୁ କଟାକ୍ଷକରି ବିବାଦରେ ଥିଲେ ଓଡିଆ ଝିଅ ସୋନା ମହାପାତ୍ର ।