Only for Entertainment

ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନଙ୍କ ଫିଲ୍ମ ‘ମଙ୍ଗଳୟାନ’ରେ ଏଣ୍ଟ୍ରି ନେଲେ ଦୁଇ ଆଗ ଧାଡିର ଅଭିନେତ୍ରୀ ।

Lifeberrys
18

ଆମେ ଆପଣଙ୍କୁ ପୂର୍ବରୁ ସୂଚନା ଦେଇଥିଲୁ ଯେ ନିର୍ଦ୍ଦେଶକ ଆର ବାଲ୍କି ନିଜ ବ୍ୟାନରର ଫିଲ୍ମ ‘ମଙ୍କଳୟାନ’ ନିର୍ମାଣ କରିବାକୁ ଯାଉଛନ୍ତି । ଯେଉଁଥିରେ ଅଭିନେତା ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନ ଲିଜ ରୋଲରେ ନଜର ଆସିବେ । ଏହା ମଧ୍ୟ କହିଥିଲୁ ଯେ, ଫିଲ୍ମ ପାଇଁ ନିର୍ଦ୍ଦେଶକ ଅଭିନେତ୍ରୀ ଦିଶା ପଟାନୀଙ୍କୁ ନେବା ପାଇଁ ଚାହୁଁଥିଲେ । ମାତ୍ର ଦିଶା ଫିଲ୍ମ କରିବା ପାଇଁ ମନା କରିଦେଲେ । ଏହା ପରେ ମେକର୍ସ ଦିଶାଙ୍କ ସ୍ଥାନରେ ଅଭିନେତ୍ରୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତେବେ ମେକର୍ସଙ୍କର ଏହି ଅଭିନେତ୍ରୀ ଖୋଜା ଏବେ ଶେଷ ହୋଇଛି ।

ଜଣାଶୁଣା ଟ୍ରେଡ ଆନାଲିଷ୍ଟ ଗିରିଶ ଜୋହର ଟ୍ୱିଟ କରି ସୂଚନା ଦେଇଛନ୍ତି ଯେ, ନିର୍ଦ୍ଦେଶକ ଆର ବାଲ୍କି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ତାପସୀ ପନ୍ନୁଙ୍କୁ ଫିଲ୍ମ ପାଇଁ ସାଇନ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଜଗନ ଶକ୍ତି ।


ଖବର ଅନୁସାରେ ଫିଲ୍ମରେ ଅନେକ ଷ୍ଟାର କାଷ୍ଟ ଥିବାରୁ ଦିଶା ଏହି ଫିଲ୍ମକୁ କରିବା ପାଇଁ ମନା କରିଥିଲେ । ବିଦ୍ୟା ଏବଂ ଅକ୍ଷୟଙ୍କ ବିଷୟରେ କହିବାକୁ ଗଲେ ଦୁହେଁ ଦୀର୍ଘ ୧୧ ବର୍ଷ ପରେ ସ୍କ୍ରିନ ସେୟାର କରିବେ । ଏହା ପୂର୍ବରୁ ଦୁହେଁ ‘ଭୁଲ ଭୁଲେୟା’, ‘ହେ ବେବି’ ପରି ଫିଲ୍ମରେ କାମ କରିଛନ୍ତି । ଯାହା ବକ୍ସ ଅଫିସରେ ଖୁବ ସଫଳ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More