Only for Entertainment

‘ବାଲ୍ମିକୀ’ ସମାଜକୁ କ୍ଷମା ମାଗିଲେ ସୋନାକ୍ଷୀ ସିହ୍ନା

hindirush
87

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିକଟ ଅତୀତରେ ରିଲିଜ ହୋଇଥିବା ଫିଲ୍ମ ‘ଖାନଦାନୀ ସଫାଖାନା’ର ପ୍ରମୋଶନରେ ବ୍ୟସ୍ତ ଥିଲେ । ପ୍ରମୋଶନ ସମୟରେ ଅଭିନେତ୍ରୀ ଏକ ବିବାଦୀୟ ଶବ୍ଦର ବ୍ୟବହାର କରି ବାଲ୍ମିକୀ ସମାଜକୁ ଲକ୍ଷ୍ୟ କରି କହିଥିଲେ । ଗତ ରବିବାରକୁ ଦେଶର କେତେକ ସ୍ଥାନରେ ବାଲ୍ମିକୀ ସମାଜର ଲୋକ ସୋନାକ୍ଷୀ ସିହ୍ନାଙ୍କ ପୁତ୍ତଳିକା କରି ବିରୋଧ କରିଥିଲେ । ଲୋକଙ୍କ କହିବା ଅନୁସାରେ ବାଲ୍ମିକୀ ସମାଜ ବିରୋଧରେ ‘ଭଙ୍ଗୀ’ ଭଳି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ ।

 

ଉତ୍ତରପ୍ରଦେଶର ମୁରାଦାବାଦରେ ଏହାକୁ ବିରୋଧ କରି ଫିଲ୍ମର ପୋଷ୍ଟର ଜାଳି ଦିଆଯାଇଥିଲା । ଘଟଣା ବଢିବାର ଦେଖି ସୋନାକ୍ଷୀ କ୍ଷମା ମାଗି ନେଇଛନ୍ତି । ସୋନାକ୍ଷୀ ଲେଖିଛନ୍ତି ବାଲ୍ମିକୀ ସମାଜ ଏବଂ ତାଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଯୋଗଦାନ ପ୍ରତି ମୋ ମନରେ ଖୁବ ସମ୍ମାନ ରହିଛି ।ଏହା ସହିତ ଲେଖିଛନ୍ତି ଇଂଟରଭ୍ୟୁରେ ମୋ ଦ୍ୱାରା କିଛି ଶବ୍ଦ ବ୍ୟବହାର ହୋଇଥିଲା ଯାହା ସେମାନଙ୍କ ଭାବନାକୁ କଷ୍ଟ ପହଂଚାଇଛି, ତେଣୁ ମୋ ଭୁଲ ପାଇଁ ମୁଁ କ୍ଷମା ମାଗିନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More