Only for Entertainment

ବରୁଣ ଓ ଆଲିଆଙ୍କ ପୂର୍ବରୁ ମୁଁ ବିବାହ କରିବାକୁ ଚାହେଁ : ସୋନାକ୍ଷୀ ସିହ୍ନା

dnaindia
24

ଆଲିଆ ଭଟ୍ଟ- ରଣବୀର କପୁର ଏବଂ ବରୁଣ ଧୱନ-ନତାଶା ଦଲାଲଙ୍କ ଯୋଡି ଏବେ ଖୁବ ଚର୍ଚ୍ଚାରେ ଲାଗି ରହିଛନ୍ତି । ନିଜର ରିଲେସନସିପକୁ ନେଇ ମଧ୍ୟ ଏହି ଯୋଜି ଖୁବ ସିୀରିୟସ ଅଛନ୍ତି । ଏପରି ସ୍ଥିତିରେ ଏହି କପଲ ଶୀଘ୍ର ବିବାହ କରିପାରନ୍ତି ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିବାହକୁ ନେଇ ଯାହା କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସେ କହିଛନ୍ତି ଯେ, ସେ ବରୁଣ ଓ ଆଲିଆଙ୍କ ପୂର୍ବରୁ ବିବାହ କରିବେ ।

sona

ଆଲିଆ ଭଟ୍ଟ, ବରୁଣ ଧୱନ ଏବଂ ସୋନାକ୍ଷୀ ସିହ୍ନା ଏବେ ନିଜର ଆଗାମୀ ଫିଲ୍ମ ‘କଲଙ୍କ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହାକୁ ନେଇ ସେ ଏକ ରିଅଲିଟି ଶୋ’ରେ ଭାଗ ନେଇଥିଲେ । ଏହି ଶୋ’ରେ ସମସ୍ତ ଷ୍ଟାର୍ସଙ୍କୁ କିଛି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଥିଲା । ସୋନାକ୍ଷୀ ନିଜ ବିବାହର ପଶ୍ନରେ ଉତ୍ତର ଦେବାକୁ ଯାଇ କହିଥିଲେ, ‘ମୁଁ ବରୁଣ ଏବଂ ଆଲିଆଙ୍କ ପୂର୍ବରୁ ବିବାହ କରିବାକୁ ଚାହେଁ ।’ ସୋନାକ୍ଷୀଙ୍କ ଏହି ଉତ୍ତର ଶୁଣି ତାଙ୍କର କୋ-ଷ୍ଟାର ଏବଂ ଶୋ’ର ଜଜ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୋନାକ୍ଷୀ ମଜାକିଆ ଅନ୍ଦାଜରେ କହିଥିଲେ ସେ ଏବେ ସେଟେଲ ହେବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ସହିତ ସେଠାରେ ଉପସ୍ଥିତ ମସସ୍ତଙ୍କୁ ପୁଅ ଖୋଜିବା ପାଇଁ ମଧ୍ୟ ସେ ମଜାରେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More