Only for Entertainment

ସୋନାକ୍ଷୀ ସିନ୍ହା ପୋଷ୍ଟ କଲେ ଯୋଗ ଭିଡିଓ, ପ୍ରଶଂସକ କହିଲେ ରାମ ଦେବ ବି କରିପାରିବେ ନାହିଁ ଏଭଳି,ଦେଖନ୍ତୁ !

youtube
0 83

ବଲିଉଡର ସମସ୍ତ କଳାକାର ନିଜର ଫିଟନେସକୁ ନେଇ ଖୁବ ସିରିଅସ ଥାଆନ୍ତି ଏବଂ ନିଜର ଫିଟନେସ ପାଇଁ ଯୋଗ ଉପରେ ନିର୍ଭରଶୀଳ ଅଟନ୍ତି । ଫିଟନେସ ଲିଷ୍ଟରେ ସୋନାକ୍ଷୀ ସିନ୍ହା କିଛି କମ ନୁହନ୍ତି ।

ନିଜ ଓଜନକୁ ନେଇ ଅନେକ ଥର ଲୋକଙ୍କ ଥଟ୍ଟାର ପାତ୍ର ହୋଇଛନ୍ତି ସୋନାକ୍ଷୀ । ସୋସିଆଲ ମିଡିଆରେ ସୋନାକ୍ଷୀ ନିଜର ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । କିଛିଦିନ ହେବ ସୋନାକ୍ଷୀ ଯୋଗ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଦେଖି ଲୋକମାନେ ଅନେକ ସପୋର୍ଟିଭ କମେଂଟ ଦେଇଛନ୍ତି ।

ସୋନାକ୍ଷୀ ସୋମବାର ଦିନ ନିଜ ଇନଷ୍ଟା ଆକାଉଂଟରେ ଏକ ଭିଡିଓ ପୋଷ୍ଟ କରିଥିଲେ ଯେଉଁଥିରେ ସେ ହେଡ ଷ୍ଟାଂଡ ଅର୍ଥାତ ଶୀର୍ଷାସନ କରୁଥିବା ନଜର ଆସିଛନ୍ତି । ସୋନାକ୍ଷୀଙ୍କର ଏହି ଭିଡିଓକୁ ୮ଲକ୍ଷ ୭୭ହଜାର ଲୋକ ଦେଖିସାରିଲେଣି ।

ଦବଙ୍ଗ ଗର୍ଲଙ୍କ ଏହି ଯୋଗ ଭିଡିଓରେ ଜଣେ ଫ୍ୟାନ କମେଂଟ କରି ଲେଖିଛନ୍ତି ଯେ ଏଭଳି ଆସନ ତ ବାବା ରାମଦେବ ମଧ୍ୟ କରି ପାରିବେ ନାହିଁ । ଏଠାରେ ଆମେ କହି ରଖୁଛୁ ଯେ ଚଳିତ ବର୍ଷ ସେ ୩ଟି ଫିଲ୍ମ ଦବଙ୍ଗ-୩, ହାପି ଫିର ଭାଗ ଜାୟେଗି ଏବଂ ୟମଲା ପଗଲା ଦିୱାନାକୁ ନେଇ ଖୁବ ବ୍ୟସ୍ତ ଥିବା ଜଣା ପଡିଛିି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More