Only for Entertainment

ଆମାଜନରୁ ହେଡ଼ଫୋନ ଅର୍ଡ କରିଥିଲେ ସୋନାକ୍ଷୀ ସିହ୍ନା,କିନ୍ତୁ ଘରେ ଯାହା ପହଂଚିଲା ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

MTV India
66

ଧୋକା ପାଇଛନ୍ତି ସୋନାକ୍ଷୀ ସିହ୍ନା । ଆଜ୍ଞା ହଁ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ପ୍ରସିଦ୍ଧ ଅନଲାଇନ କମ୍ପାନୀରୁ ହେଡ଼ଫୋନ ଅର୍ଡର କରିଥିଲେ,କିନ୍ତୁ ଡେଲିଭରି ପରେ ପ୍ୟାକ ଖୋଲିବା ମାତ୍ରେ ସେ ଯାହା ଦେଖିଲେ ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।ଏହାର ସୂଚନା ନିଜେ ସୋନାକ୍ଷୀ ସୋସିଆଲ ମିଡିଆରେ ଦେଇଛନ୍ତି । ଏହି ପୋଷ୍ଟ ପରେ ଟ୍ରୋଲର୍ସଙ୍କ ଟ୍ରୋଲର ଶୀକାର ହୋଇଛନ୍ତି ଏହି ବଲିଉଡ ନାୟିକା ।

 

 

ଅନଲାଇନ ସପିଂ ସାଇଟ ଆମାଜନରୁ ସୋନାକ୍ଷୀ ବସ କମ୍ପାନୀର ଏକ ହେଡଫୋନ ଅର୍ଡର କରିଥିଲେ,କିନ୍ତୁ ଡେଲିଭରି ପରେ ଯେତେବେଳେ ସେ ପ୍ୟାକ ଖୋଲିଲେ ତାଙ୍କୁ ମିଳିଲା ଲୁହାର କିଛି ଟୁକୁଡ଼ା ।ଏହାର ଫଟୋ ମଧ୍ୟ ସୋନାକ୍ଷୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହା ସହିତ କଷ୍ଟମର ସର୍ଭିସ ତରଫରୁ ମଧ୍ୟ କୌଣସି ସହାୟତା ମିଳୁନଥିବା କହିଛନ୍ତି ଅଭିନେତ୍ରୀ । ତେବେ ସୋନାକ୍ଷୀ ଅର୍ଡର କରିଥିବା ହେଡଫୋନର ମୂଲ୍ୟ ହେଉଛି ୧୮ ହଜାର ଟଙ୍କା । ସୋନାକ୍ଷୀଙ୍କ ଟ୍ୱିଟ ଖୁବ ଭାଇରାଲ ହେବା ପରେ ଆମାଜନ ତରଫରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି ଏବଂ କ୍ଷମା ମାଗିଛି ଆମାଜନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More