Only for Entertainment

ଚିକିତ୍ସା କରିବା ପାଇଁ ଯିବାକୁ ମନା କରୁଥିଲେ ସୋନାଲି, ସ୍ୱାମୀଙ୍କ ସହିତ କଳି କରୁଥିଲେ ।

37

ବଲିଉଡର ଚୁଲବୁଲି ନାୟିକା ସୋନାଲିଙ୍କୁ କର୍କଟ ରୋଗ ହୋଇଥିବା ଘଟଣା ସମସ୍ତଙ୍କୁ କଷ୍ଟ ଦେଇଥିଲା । ଏବେ କିନ୍ତୁ ସୋନାଲି ଭଲ ହୋଇ ଫେରିଛନ୍ତି । ତେବେ ଏହି ମଧ୍ୟରେ ସୋନାଲିଙ୍କୁ ନେଇ ଏଭଳି ଏକ ଖବର ଆସିଛି ଯାହାକୁ ତାଙ୍କ ଫ୍ୟାନ୍ସମାନେ ଜାଣିନଥିବେ ।

ନିଜର ସବୁ କାମ ଛାଡ଼ି ସୋନାଲୀ ଚିକିତ୍ସା କରାଇବା ପାଇଁ ନ୍ୟୁୟର୍କରେ ଯାଇ ପହଞ୍ଚିଥିଲେ । ଏ ସମୟରେ ସେ ପ୍ରତିଟି ମୁହୂର୍ତ୍ତର ଖବର ନିଜ ପ୍ରଶଂସକଙ୍କ ସହ ସେୟାର କରୁଥିଲେ । ଏବେ ସେ ଭଲ ହୋଇ ଭାରତ ଫେରିଥିବା ବେଳେ ପ୍ରଥମେ ସେ ଚିକିତ୍ସା ପାଇଁ ନ୍ୟୁୟର୍କ ଯିବାକୁ ଚାହୁଁ ନଥିବା କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ମୋତେ କର୍କଟ ରୋଗ ହୋଇଛି ବୋଲି ଜଣାପଡ଼ିବା ପରେ ମୋ ସ୍ୱାମୀ ଗୋଲ୍‌ଡି ତୁରନ୍ତ ମୋତେ ନେଇ ନ୍ୟୁୟର୍କ ଯିବା ପାଇଁ ବାହାରିଥିଲେ । କିନ୍ତୁ ମୁଁ ରାଜି ହୋଇ ନଥିଲି । ଭାରତରେ ମଧ୍ୟ ଚିକିତ୍ସା ହୋଇ ପାରିବ । ତୁମେ ମୋତେ ପରିବାରଠାରୁ ଦୂରକୁ ନିଅ ନାହିଁ ବୋଲି ମୁଁ ଯେତେ କହିଥିଲେ ମଧ୍ୟ ସେ ମୋ କଥା ଶୁଣି ନଥିଲେ । ନିଜେ ସବୁ ବ୍ୟାଗ୍‌ ପ୍ୟାକ୍‌ କରି ବାହାରିଥିଲେ । ବିମାନ ମଧ୍ୟରେ ମଧ୍ୟ ମୁଁ ତାଙ୍କ ସହ ଝଗଡ଼ା କରୁଥିଲି । କାରଣ ମୋତେ ମୋର କର୍କଟ ରୋଗ କେଉଁ ଷ୍ଟେଜ୍‌ରେ ରହିଛି ବୋଲି ଜଣା ନଥିଲା । ନ୍ୟୁୟର୍କରେ ପହଞ୍ଚିବା ପରେ ମୋର ସବୁ ପରୀକ୍ଷା କରାଯିବା ପରେ କର୍କଟ ରୋଗ ଚତୁର୍ଥ ଷ୍ଟେଜ୍‌ରେ ଥିବା କହିଥିଲେ ଡ଼ାକ୍ତର । ଏହା ସହ ମୋର ବଞ୍ଚିବାର ସୁଯୋଗ ୩୦ପ୍ରତିଶତ ରହିଛି ବୋଲି ଡ଼ାକ୍ତର ଜଣାଇବା ପରେ ଏହା ଶୁଣି ମୁଁ ଗୋଲ୍‌ଡିଙ୍କୁ ମୋତେ ନ୍ୟୁୟର୍କ ନେଇଥିବାରୁ ଧନ୍ୟବାଦ୍‌ ଜଣାଇଥିଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More