Only for Entertainment

ସୋନାଲୀ ବେନ୍ଦ୍ରେଙ୍କ ଫ୍ୟାନ୍ସମାନଙ୍କ ପାଇର୍ ଖୁସି ଖବର, ଖୁବ ଶୀଘ୍ର ସୁସ୍ଥ ହୋଇ ସୋନାଲୀ ଫେରିବେ ଭାରତ !

26

ବଲିଉଡର ସୁପରିଚିତ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ନ୍ୟୁୟର୍କରେ ହାଇଗ୍ରେଡ ମେଟାଷ୍ଟିକ କ୍ୟାନସର ପାଇଁ ଚିକିତ୍ସିତ ହେଉଥିଲେ । ତାଙ୍କ ଫ୍ୟାନ୍ସ ତାଙ୍କର ଠିକ ହେବା ଲାଗି କାମନା କରୁଛନ୍ତି । ଏବେ ସୋନାଲୀଙ୍କ ବିଷୟରେ ଖୁସି ଖବର ଶୁଣିବାକୁ ମିଳିଛି । ସୋନାଲୀଙ୍କ ଶରୀରରେ ଏବେ ସୁଧାର ଆସିଛି ଏବଂ ଡିସେମ୍ବରରେ ଭାରତକୁ ଫେରି ପାରନ୍ତି ।

ନିକଟରେ ଅଭିନେତ୍ରୀ ନମ୍ରତା ଶିରୋଡକର ସୋନାଲୀ ବେନ୍ଦ୍ରେଙ୍କୁ ସାକ୍ଷାତ କରିଥିଲେ । ନମ୍ରତା ନିଜ ସ୍ୱାମୀ ତଥା ଅଭିନେତା ମହେଶ ବାବୁ ଏବଂ ତାଙ୍କ ପିଲାଙ୍କ ନ୍ୟୁୟର୍କ ଯାଇଥିଲେ , ସେଠାରେ ସେମାନେ ସୋନାଲୀ ବେନ୍ଦ୍ରେଙ୍କୁ ସାକ୍ଷାତ କରିଥିଲେ । ସୋନାଲୀଙ୍କ ବିଷୟରେ କହିଥିଲେ ଯେ ତାଙ୍କ ଶରୀରରେ ଦୃତଗତିରେ ସୁଧାର ହେବାରେ ଲାଗିଛି ଏବଂ ଡିସେମ୍ବର ସୁଧା ସେ ଭାରତ ଫେରି ପାରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସୋସିଆଲ ମିଡିଆ ଜରିଆରେ ଜୁଲାଇ ୪ ତାରିଖରେ ନିଜ ଅସୁସ୍ଥତା ବିଷୟରେ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More