Only for Entertainment

ଚିକିତ୍ସା ପାଇଁ କେଶ କାଟିଲେ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ , ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ ।

the Indian express
0 54

ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ପୀଡ଼ିତ ଥିବା ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି । କର୍କଟ ରୋଗର ଶିକାର ହେବା ପରେ ନିଜେ ସୋନାଲି ଏ ବିଷୟରେ ଜଣାଇବା ପରେ ସମସ୍ତେ ତାଙ୍କର ସୁସ୍ଥତା ପାଇଁ କାମନା କରିଛନ୍ତି । ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଆରମ୍ଭ ହେବାରୁ ତାଙ୍କୁ ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ଇଣ୍ଡିଆଜ୍‌ ବେଷ୍ଟ ଡ୍ରାମେବାଜ୍‌କୁ ଛାଡ଼ିବାକୁ ପଡ଼ିଛି । ସମସ୍ତେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବାରୁ ସୋନାଲି ନିଜେ ପ୍ରତି ମୁହୂର୍ତ୍ତର ଖବର ତାଙ୍କ ପ୍ରଶଂସକମାନଙ୍କୁ ଜଣାଉଛନ୍ତି । ଚିକିତ୍ସା ପାଇଁ ତାଙ୍କ କେଶ କଟାଯାଉଥିବାରୁ ସୋନାଲି ସେ ସମୟର ଭିଡ଼ିଓ କରି ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି ।

ଏହି ଭିଡ଼ିଓରେ ସୋନାଲି ଭାବୁକ ହେବା ସହ ତାଙ୍କ ପ୍ରଶଂସକମାନଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି । ଯେଉଁମାନେ ତାଙ୍କର ସୁସ୍ଥତା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସେମାନଙ୍କୁ ଧନ୍ୟବାଦ୍‌ ଜଣାଇବା ସହ ତାଙ୍କ ସହ ରହିବା ପାଇଁ କହିଛନ୍ତି ସୋନାଲି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More