Only for Entertainment

‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ର ପୋଷ୍ଟରରେ ନାହିଁ ନିର୍ମାତା ରାଜକୁମାର ହିରାନୀଙ୍କ ନାମ, ଜାଣନ୍ତୁ ଏହା ପଛର କାରଣ…

india
23

ସୋନମ କପୁର ଏବଂ ରାଜକୁମାର ରାଓଙ୍କ ଆଗାମୀ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ଚଳିତ ବର୍ଷ ଫେବୃଆରୀରେ ରିଲିଜ ହେବାକୁ ଯାଉଛି । କିଛି ଦିନ ପୂର୍ବରୁ ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ କରାଯାଇଥିଲା । ରିଲିଜ କରାଯାଇଥିବା ଏହି ପୋଷ୍ଟରରେ ସୋନମ କପୁର ଏବଂ ରାଜକୁମାର ରାଓ ନିଜ ଚରିତ୍ରରେ ନଜର ଆସିଛନ୍ତି । ତେବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଅସଲରେ ରିଲିଜ ହୋଇ ଥିବା ନୂଆ ପୋଷ୍ଟରରେ ନିର୍ମାତା ରାଜକୁମାର ରାଓଙ୍କ ନାମ ଦେଖିବାକୁ ମିଳିନାହିଁ । ଆଜ୍ଞା ହଁ, ଯଦି ଆପଣ ସବୁଠାରୁ ପ୍ରଥମ ପୋଷ୍ଟର ଗୁଡିକୁ ଦେଖିବେ ସେଥିରେ ବନୋଦ ଚୋପ୍ରା, ରାଜକୁମାର ହିରାନୀ ଫିଲ୍ମସ ଏବଂ ଫକ୍ସ ଷ୍ଟୁଡିଓ ପ୍ରେଜେଣ୍ଟ’ଏକ ଲଡକୀ କୋ ଦେଖା ତୋ ଏସା ଲଗା’ ଲେଖା ହୋଇଥିଲା । କିନ୍ତୁ ନିକଟରେ ରିଲିଜ ହୋଇଥିବା ଦୁଇଟି ପୋଷ୍ଟରରେ ରାଜକୁମାର ହିରାନୀଙ୍କ ନାମ ଦେଖିବାକୁ ମିଳିନାହିଁ ।

sonamkapoor

ତେବେ ଫିଲ୍ମର ପୋଷ୍ଟରରୁ ରାଜକୁମାର ହିରାନୀଙ୍କ ନାମ କାହିଁକି ନାହିଁ ତାହା ବାବଦରେ ଏଫିସିଆଲ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ । ଖବର ଅନୁସାରେ ବିଧୁ ବନୋଦ ଚୋପ୍ରା ଏବଂ ରାଜକୁମାର ରାଓ ମିଶି ଏହି ଫିଲ୍ମର ନିର୍ମାଣ କରିଥିଲେ । କିନ୍ତି ଏବେ ପୋଷ୍ଟର ଦେଖିବା ପରେ ଲାଗୁଛି ରାଜକୁମାର ରାଓ ଏବେ ଫିଲ୍ମର ଭାଗିଦାର ନୁହଁନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ରେ ସୋନମ ଏବଂ ରାଜକୁମାର ରାଓଙ୍କ ବ୍ୟତିତ ଫିଲ୍ମରେ ଅନିଲ କପୁର ଏବଂ ଜୁହୀ ଚାୱଲା ମଧ୍ୟ ନଜର ଆସିବେ । ଫିଲ୍ମ ୧ ଫେବୃଆରୀରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More