Only for Entertainment

ଦିଲ୍ଲୀ ପୋଲିସକୁ ମାଡ଼ ମାରିଲେ ମହିଳା, ଭିଡ଼ିଓ ଭାଇରାଲ

orissapost
27

ଦିଲ୍ଲୀର ମୟପୁରିରେ ଗତ ମଙ୍ଗଳବାରକୁ ଜଣେ ମହିଳା ଏବଂ ତାଙ୍କ ବନ୍ଧୁ ଆଇନ ବିରୋଧୀ କାମ କରି ଜଣେ ଟ୍ରାଫିକ ପୋଲିସଙ୍କୁ ଖରାପ ବ୍ୟବହାର ଦେଖାଇଛନ୍ତି । ଖବର ଅନୁସାରେ ରାସ୍ତାରେ ଯାଉଥିବା ସମୟରେ ସେହି ମହିଳା ଏବଂ ତାଙ୍କ ବନ୍ଧୁ ହେଲମେଟ ପିନ୍ଧିନଥିଲେ, ଯେଉଁ କାରଣରୁ ଟ୍ରାଫିକ ପୋଲିସ ତାଙ୍କୁ ରାସ୍ତାରେ ଅଟକାଇଥିଲେ ।

ଘଟଣା ପ୍ରାୟ ସଂଧ୍ୟା ୬ଟା ୩୦ ମିନିଟର । ସମ୍ପୂର୍ଣ୍ଣ ଘଟଣାର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଟ୍ରାଫିକ ପୋଲିସ ଏକ ଅଭିଯୋଗ ଦାଖଲ କରିବା ପରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଉପଆୟୋଗୀ ବା ଡେପୁଟି କମିଶନର ମୋନିକା ଭରଦ୍ୱାଜଙ୍କ କହିବା ଅନୁସାରେ ଗିରଫ ହୋଇଥିବା ମହିଳା ମାଧୁରୀ ଏବଂ ତାଙ୍କ ବନ୍ଧୁ ଅନିଲ ପାଣ୍ଡେ ସେହି ସମୟରେ ନିଶାଗ୍ରସ୍ତ ଥିଲେ ।

 

ଭିଡ଼ିଓ ଦେଖିବା ପରେ ଏହା ଦୃଶ୍ୟମାନ ହେଉଛିଯେ ହେଲମେଟ ନ ପିନ୍ଧିଥିବାରୁ ଟ୍ରାଫିକ ପୋଲିସ ସେମାନଙ୍କୁ ଅଟକାଇଲେ, ଯାହାପରେ ମହିଳା ଜଣକ ସ୍କୁଟରରୁ ଓହ୍ଲାଇ ଟ୍ରାଫିକ ପୋଲିସକୁ ଖରାପ ବ୍ୟବହାର ଦେଖାଇଲେ । ମାଧୁରୀ ଜୋରରେ ଚିତ୍କାର କରୁଥିବା ଏବଂ ଟ୍ରାଫିକ ପୋଲିସଙ୍କୁ ଠେଲୁଥିବାର ଭିଡ଼ିଓ କ୍ୟାମେରାରେ କଏଦ ହୋଇଛି ।

 

ଭିଡ଼ିଓରେ ଏହା ମଧ୍ୟ ଶୁଣିବାକୁ ମିଳିଛିଯେ ମାଧୁରୀ କହୁଛନ୍ତି ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କୁ ଶୀଘ୍ର ପହଂଚିବାର ଅଛି, କିନ୍ତୁ ଟ୍ରାଫିକ ପୋଲିସ ଶୁଣୁନାହାଁନ୍ତି । ମହିଳା ଏବଂ ପୋଲିସଙ୍କ ମଧ୍ୟରେ କଳହ ଚାଲିଥିବା ସମୟରେ ମାଧୁରୀଙ୍କ ବନ୍ଧୁ ଅନିଲ ପାଣ୍ଡେ ସେଠାରୁ ଗାଡ଼ି ଧରି ବାହାରିଯିବାକୁ ଚେଷ୍ଟା କରୁଥିଲେ ଏବଂ ହଠାତ ଅନ୍ୟ ଜଣେ ପୋଲିସ ଆସି ତାଙ୍କ ଗାଡ଼ିର ଚାବିକୁ ଛଡ଼ାଇ ନେଲେ ଏବଂ ଗାଡ଼ିକୁ ଅଟକାଇବାକୁ କହିଲେ । ଯାହାପରେ ମହିଳା ପୁଣିଥରେ ପୋଲିସକୁ ମାଡ଼ ମାରି ଚାବି ଛଡ଼ାଇନେଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More