Only for Entertainment

ବୁଢୀ ହେଲେ ଏଭଳି ଦେଖାଯିବେ ସୋନମ କପୂର । ଶେୟାର କଲେ ଫଟୋ

aajtak
133

ସୋନମ କପୂର ଫ୍ୟାଶନେବଲ ଲୁକରେ ବଲିଉଡ ଦିବା । ତାଙ୍କ ଅଭିନୟକୁ ସମସ୍ତେ ବେଶ ପସନ୍ଦ କରନ୍ତି । ଶେଷ ଥର ପାଇଁ ସୋନମ କପୂର ଏକ ଲଡ଼କୀ କୋ ଦେଖା ତୋ ଐସା ଲଗା’ରେ ନଜର ଆସିଥିଲେ । ଭଉଣୀ ରିୟା କପୂରଙ୍କ ସହିତ ଏକ ବ୍ରାଣ୍ଡ ଲଂଚ କରିବାଠାରୁ ଆରମ୍ଭ କରି ବଲିଉଡରେ ନିଜର ନିଚ୍ଛକ ଅଭିନୟ ଏବଂ ଆନନ୍ଦ ଆହୁଜାଙ୍କ ସହିତ ବିବାହ ଏବଂ କ୍ୟୁଟ କେମେଷ୍ଟ୍ରି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସୋନମ ତାଙ୍କ ପ୍ରଶଂସକଙ୍କୁ ପ୍ରେରିତ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍ ଆକ୍ଟିଭ ଏବଂ ସବୁବେଳେ ନିଜ ଜୀବନ ସହିତ ଜଡ଼ିତ କିଛି ଛୋଟ ଛୋଟ କଥା ସେ ଫ୍ୟାନ୍ସଙ୍କ ସହିତ ଶେୟାର କରନ୍ତି ।

ବଲିଉଡର ସବୁ ସୁନ୍ଦରୀ ମାନଙ୍କ ମଧ୍ୟରୁ ଜଣେ ସୁନ୍ଦରୀ ସୋନମ କପୂର ତାଙ୍କ ଇଂଷ୍ଟାଗ୍ରାମରେ ଖୁବ ସୁନ୍ଦର ସୁନ୍ଦର ଫଟୋ ଶେୟାର କରନ୍ତି । ନିକଟରେ ସେ ଏଭଳି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିଲେ ଆପଣଙ୍କୁ ନିହାତି ଭାବରେ ମଜାଦାର ଲାଗିବ । ସମସ୍ତେ ବୁଢା ହେବାକୁ ଡରନ୍ତି । କିନ୍ତୁ ସୋନମ କିପରି ୭୫ରୁ ୮୦ ବର୍ଷରେ ଦେଖାଯିବେ ତାହାର ଏକ ଫଟୋ ଶେୟାର କରିଛନ୍ତି ।

ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ସୋନମ ଏବେ ଜୋୟା ଅଖତରଙ୍କ ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମ ଅନୁଜା ଚୌହାନଙ୍କ ଏକ ବହିର କାହାଣୀ ଉପରେ ଆଧାରିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More