Only for Entertainment

ସୋନମ ସ୍କ୍ରିନିଂ ପାଇଁ ପିନ୍ଧିଲେ ସ୍ପେଶାଲ ଶାଢୀ , ଆଗରୁ ଦେଖି ନଥିବେ ଏପରି ୟୁନିକ ଷ୍ଟାଇଲ !

46

ବଲିଉଡ ଅଭିନେତ୍ରୀ ସୋନମ କପୂରଙ୍କ ଏକ ଲଡକି କୋ ଦେଖା ତୋ ଏସା ଲଗା’ ୧ଫେବୃୟାରୀରେ ରିଲିଜ ହେବ । ଫିଲ୍ମ ରିଲିଜ ପୂର୍ବରୁ ଏହା ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା । ଏହି ସ୍କ୍ରିନିଂରେ ସୋନମ ଡିଜାଇନର ମସାବା ଗୁପ୍ତା ଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଶାଢୀ ପିନ୍ଧିଥିଲେ ।

ତାଙ୍କ ଶାଢୀରେ ତାମିଲ ପ୍ରିଂଟ କରାଯାଇଛି । ସୋନମ ଏହି ଶାଢୀରେ ଖୁବ ସୁନ୍ଦର ଦିଶୁଛନ୍ତି । ସେ ଫଟୋସୁଟ ମଧ୍ୟ କରାଇଛନ୍ତି , ଫଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଡିଜାଇନର ମସାବା ଏହି ଇନଷ୍ଟାଗ୍ରାମରେ କହିଛନ୍ତି ଯେ ସୋନମ ନିଜ ଶାଢୀରେ କଳାରଂଗର ପ୍ରିଂଟ ଲେଖାଇଛନ୍ତି ଯେ ସୋନମ, ମସାବା ଏକ ଲଡକି କୋ ଦେଖା ତୋ ଏସା ଲଗା ।

ଶାଢୀ ସହ ସୋନମ ଟ୍ରାନ୍ସପାରେଂଟ କୋରସେଟ ବ୍ଲାଉଜ ସହ ପେୟାର କରିଥିଲେ । ଏହାସହ ସେ ଟାଇଟ ବନ ମଧ୍ୟ ବନାଇଥିଲେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରଥମ ଥର ସୋନମ ପିତା ଅନୀଲ କପୂରଙ୍କ ସହ ପ୍ରଥମଥର ସ୍କ୍ରିନ ଶେୟାର କରୁଥିବାର ନଜର ଆସିଛନ୍ତି । ଏହି ଫିଲ୍ମରେ ଦୂହିଁଙ୍କ ବ୍ୟତୀତ ରାଜକୁମାର ରାଓ ଏବଂ ଜୁହି ଚାୱଲା ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି ଶୈଲୀ ଚୋପ୍ରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More