Only for Entertainment

ଫ୍ଲୋରାଲ ସାଢୀରେ ପତି ଆନନ୍ଦ ଆହୁଜାଙ୍କ ସହିତ ଏୟାରପୋର୍ଟରେ ନଜର ଆସିଲେ ସୋନମ, ପତିଙ୍କ ସହିତ କରିପାରନ୍ତି କାନ୍ସରେ ୱାକ

bollywood tadka
0 45

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପତି ଆନନ୍ଦ ଆହୁଜାଙ୍କ ସହିତ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ଦୁହେଁ କାନ୍ସ ଫେଷ୍ଟିଭାଲକୁ ଯିବା ପାଇଁ ଏୟାରପୋର୍ଟରେ ପହଁଚିଥିଲେ । ଖବର ଅନୁସାରେ କାନ୍ସରେ ସୋନମ ଆନନ୍ଦଙ୍କ ସହିତ ନଜର ଆସିପାରନ୍ତି ।

sonam

ଏୟାରପୋର୍ଟରେ ଉଭୟ ପରସ୍ପରର ହାତ ଧରାଧରି ହୋଇ ଯାଉଥିବାର ଦେଖିବାକୁ ମିଳିଥିଲା । ସୋନମ ଫ୍ଲୋରାଲ ସାଢୀରେ ନଜର ଆସିଥିବା ବେଳେ ଆନନ୍ଦ କୋଟ ଏବଂ ବ୍ଲାକ ପ୍ୟାଣ୍ଟରେ ଷ୍ଟାଇଲିସ ଦେଖାଯାଉଥିଲେ ।

soman2

ଏହି ସମୟର ଏକ ସେଲ୍ଫି ମଧ୍ୟ ସୋନମ ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

sonam1

ଫଟୋ ବ୍ୟତିତ ସୋନମ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଆନନ୍ଦଙ୍କ କାନ୍ଧରେ ମୁଣ୍ଡ ରଖି ଆରାମ କରୁଥିବାର ଦେଖିବାକୁ ମିଳିଛି ।

କହିରଖୁଛୁ ଯେ ସୋନମ ବିବାହ ପରେ ପ୍ରଥମ ଥର ପାଇଁ କାନ୍ସର ରେଡ କାର୍ପେଟରେ ନଜର ଆସିବେ । ସୋନମ ୧୪ ଏବଂ ୧୫ ମଇକୁ କାନ୍ସରେ ୱାକ କରିବେ । ତେବେ ସୋନମଙ୍କ ପତି ଆନନ୍ଦ ତାଙ୍କ ସହିତ ନଜର ଆସିବେ କି ନାହିଁ ସମୟ ହିଁ କହିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More