Only for Entertainment

ମନୋରଞ୍ଜନ ଏବଂ ସମାଜକୁ ପ୍ରଭାବିତ କରିବା ପରି ଫିଲ୍ମରେ କାମ କରିବାକୁ ଚାହେଁ : ସୋନମ କପୁର ।

DNA India
0 38

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ କହିବା ଅନୁସାରେ ସେ କେବଳ ମନୋରଞ୍ଜନ ନୁହେଁ ବରଂ ସମାଜକୁ ପ୍ରଭାବିତ କରିବା ପରି ଫିଲ୍ମରେ କାମ କରିବାକୁ ଚାହାଁନ୍ତି । ସୋନମ ଚାହୁଁଛନ୍ତି ତାଙ୍କର ଚରିତ୍ର ଯେପରି ସମାଜ ଉପରେ ପ୍ରଭାବ ପକାଉ । ସୋନମ ଏହା ମଧ୍ୟ କହିଛନ୍ତି ଯେ କୌଣସି ଫିଲ୍ମ ଚୟନ କରିବା ସମୟର ଲୋକ ଚରିତ୍ର ଏବଂ କାହାଣୀ ଉପରେ ଭରସା କରିଥାନ୍ତି । ଏହା ସହିତ ସେ କହିଛନ୍ତି , ‘ମୁଁ ଏହିଭଳି ଏକ ଫିଲ୍ମ ଖୋଜୁଛି ଯାହାର କାହାଣୀ କିମ୍ବା ମୋର ଚରିତ୍ର ଲୋକଙ୍କ ଉପରେ ପ୍ରଭାବ ପକାଇବା ସହିତ ମନୋରଞ୍ଜନ ବି କରିବ । ମୁଁ ଏହିପରି ଫିଲ୍ମରେ କାମ କରିବାକୁ ଚାହେଁ ଯେଉଁ ଫିଲ୍ମ ସମାଜକୁ ଏକ ଭଲ ସନ୍ଦେଶ ଦେବା ସହିତ ମନୋରଞ୍ଜନ ମଧ୍ୟ କରିବ ।’

Sonam-Kapoor-2

ଆପଣଙ୍କୁ କହିରଖୁଛୁ ଯେ, ୨୦୧୮ ସୋନମଙ୍କ ପାଇଁ ଖୁବ ଭଲ ରହିଲା । ଚଳିତ ବର୍ଷ ସେ ‘ପ୍ୟାଡମ୍ୟାନ’, ‘ବିରେ ଦି ୱେଡିଂ’ ଏବଂ ‘ସଞ୍ଜୁ’ ପରି ଫିଲ୍ମରେ ଅଭିନୟ କରିଥିଲେ । ସୋନମ ଏହା ମଧ୍ୟ କହିଛନ୍ତି ‘ରାଞ୍ଝଣା’ ରିଲିଜ ହେବା ପରେ ସବୁକିଛି ଠିକରେ ଚାଲିଛି । ଅନେକ ନିର୍ଦ୍ଦେଶକ ସୋନମଙ୍କ ଉପରେ ଭରସା କରିଛନ୍ତି ଏବଂ ଲୋକଙ୍କ ଧାରଣା ତାଙ୍କ ପ୍ରତି ବଦଳିଛି । ଏପରିକି ୬ ବର୍ଷ ମଧ୍ୟରେ ସୋନମଙ୍କ କୌଣସି ଫିଲ୍ମ ଫ୍ଲପ ହୋଇନାହିଁ ।

ସୋନମ ଖୁବ ଶୀଘ୍ର ଅନୁଜା ଚୌହାନଙ୍କ ଉପନ୍ୟାସ ଉପରେ ଆଧାରିତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ରେ ନଜର ଆସିବେ ଏହାର ସୁଟିଂ ଆରମ୍ଭ ହୋଇସାରିଛି । ଏହା ବ୍ୟତିତ ବିଧୁ ବିନୋଦ ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ରେ ମଧ୍ୟ ସୋନମ ନଜର ଆସିବେ । ଏହି ଫିଲ୍ମରେ ସୋନମ ପ୍ରଥମଥର ପାଇଁ ପିତା ଅନିଲ କପୁରଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More