Only for Entertainment

ସଲମାନଙ୍କ ସହ ପୁଣି ରୋମାନସ କରିବେ ସୋନମ୍ !

YOUTUBE.COM
0 40

ଆପଣଙ୍କର ହୂଏତ ମନେଥିବ, ସୁନ୍ଦରୀ ସୋନମ କପୁର ‘ପ୍ରେମ ରତନ ଧନ ପାୟୋ’ରେ ସଲମାନ ଖାନଙ୍କର ନାୟିକା ସାଜିଥିଲେ । ଫିଲ୍ମଟି ମଧ୍ୟମ ଧରଣର ବ୍ୟବସାୟ କରିଥିଲେ ସୁଦ୍ଧା କିଛି ଲୋକ କହିଥିଲେ ଯେ ବୟସର ବହୁତ ପାର୍ଥକ୍ୟ ଥିବାରୁ ସଲମାନଙ୍କ ସହ ତାଙ୍କ ସହ ଯୋଡି ସେତେଟା ସାଜୁ ନାହିଁ ! ତେବେ ପୁଣି ସେହି ସଲମାନଙ୍କ ସହ ସୋନମଙ୍କୁ ନାୟିକା ଭାବେ ନେଇ ଆଉ ଗୋଟେ ଫିଲ୍ମ ଆପଣଙ୍କ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରୁଥିବ । ତେବେ ଏ ହେଉଛନ୍ତି ଆଉ ଜଣେ ସଲମାନ । ଦଲକିର୍ ସଲମାନ ।

ମଲୟାଲମ ଫିଲ୍ମ ଜଗତର ଏଇ ଚର୍ଚ୍ଚିତ ଏଇ ଯୁକ ତାରକା ହେବେ ସୋନମଙ୍କ ଆଗାମୀ ଫିଲ୍ମ “ଦି କୋୟା ଫାକ୍ଟର”ର ହିରୋ । ୨୦୧୮ରେ ପ୍ରକାଶିତ ତଥା ଅନୁଜା ଚୌହାନଙ୍କ ଲିଖିତ ସମାନ ଶୀର୍ଷକର ବେଷ୍ଟସେଲର ଉପନ୍ୟାସକୁ ନେଇ ଏ ଫିଲ୍ମଟି ତିଆରି କରାଯାଉଛି ।
ଏଥିରେ ନାୟକ ଚରିତ୍ରଟି ହେଉଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ । ‘ଦି କୋୟା ଫ୍ୟାକ୍ଟର’ର ନିର୍ଦ୍ଧେଶକ ହେଉଛନ୍ତି ‘ତେରେ ବିନ ଲାଦେନ’ ପାଇଁ ବେଶ ଚର୍ଚ୍ଚିତ ହୋଇଥିବା ଅଭିଷେକ ଶର୍ମା । ଉଲ୍ଲେଖଯୋଗ୍ୟ ଯେ ଦଲକିର ସଲମାନଙ୍କ ପ୍ରଥମ ବଲିଉଡ ଫିଲ୍ମ ‘କାରୱା’ ରିଲିଜ ଅପେକ୍ଷାରେ । ସେଥିରେ ଇର୍ଫାନ ଖାଁ ଓ ମିଥିଲା ପାଲକର ପ୍ରମୁଖ ତାଙ୍କ ସହିତ ଅଭିନୟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More