Only for Entertainment

ବିବାହ ପଶ୍ନକୁ ନେଇ ଉତକ୍ଷିପ୍ତ ହେଲେ ସୋନମ !

Hindustan Times
0 41

ସୋନମ କପୁର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ପ୍ୟାଡମ୍ୟାନ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । କେବଳ ଏତିକି ନୁହେଁ ବର୍ତ୍ତମାନ ସୋନମ କପୁରଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ନିକଟରେ ସୋନମଙ୍କୁ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ମାଙ୍କ ସହିତ ସପିଙ୍ଗ କରୁଥିବା ଦେଖିବାକୁ ମିଳିଥିଲା । ବିବାହକୁ ନେଇ କିଛି ପତ୍ରକାର ସୋନମଙ୍କୁ ପ୍ରଶ୍ନ କରିବାରୁ ସୋନମ ଉତକ୍ଷିପ୍ତ ହୋଇ କହିଥିଲେ ‘ମୁଁ ବୁଝି ପାରୁନି ମୋ ବ୍ୟକ୍ତିଗତ ଜୀବନକୁ ନେଇ କ’ଣ ପାଇଁ ପ୍ରଶ୍ନ କରାଯାଉଛି ?’ ସୋନମ ଆଗକୁ ମଧ୍ୟ କହିଥିଲେ ମୁଁ ବୁଝି ପାରୁନି କେବଳ ଅଭିନେତ୍ରୀମାନଙ୍କୁ କ’ଣ ପାଇଁ ଏକଥା ସର୍ବଦା ପଚରାଯାଏ ? ରଣବୀର ସିଂ ଏବଂ ରଣବୀର କପୁରଙ୍କ କେବେ ହେଲେ ଏହି ପ୍ରଶ୍ନ ପଚରାଯାଏ ନାହିଁ କାହିଁକି ?

Preity-Actress-Sonam-Kapoor-Wallpaper
ସୋନମଙ୍କ ହାତରେ ବର୍ତ୍ତମାନ ଅନେକ ଫିଲ୍ମ ରହିଛି । ପ୍ୟାଡମ୍ୟାନ ପରେ ସୋନମ ସଂଜୟ ଦତ୍ତଙ୍କ ବାୟୋପିକରେ ନଜର ଆସିବେ । ଏହା ବ୍ୟତୀତ ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ…’ରେ ମଧ୍ୟ ସୋନମ ନଜର ଆସିବେ ଏବଂ ଏହି ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More