Only for Entertainment

ସୋନମ ସାକ୍ଷାତକାରରେ ଜଣାଇଲେ ଆନନ୍ଦ ସେରୱାନୀ ସହ କାହିଁକି ପିନ୍ଧିଥିଲେ ସ୍ନିକର !

youtube
0 73

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କ ଲଭ ଷ୍ଟୋରୀ ଏବଂ ରାଜକୀୟ ବିବାହର ଚର୍ଚ୍ଚା ଏବେ ମଧ୍ୟ ଚାରିଆଡେ ଚାଲିଛି । ତାଙ୍କର ରିସେପସନରେ ଅନେକ ସେଲିବ୍ରିଟି ଏବଂ ମିଡିଆ ଯୋଗ ଦେଇଥିଲେ । ଏହାମଧ୍ୟରେ ଆନନ୍ଦ ସେରୱାନି ସହ ଫର୍ମାଲ ଜୋତା ବ୍ୟତୀତ ସ୍ନିକର ପିନ୍ଧିଥିବାରୁ ସୋସିଆଲ ମିଡିଆରେ ତାଙ୍କର ଖୁବ ମଜାକ ଉଡାଯାଇଥିଲା ।

ଏହି ବିଷୟରେ ସୋନମ କପୁର ଇଣ୍ଡିଆ ଟୁଡେର ଖାସ ସାକ୍ଷାତକାରରେ ସେ ଆନନ୍ଦ କାହିଁକି ଜୋତା ପିନ୍ଧିଥିଲେ ବୋଲି କହିଛନ୍ତି । ଆନନ୍ଦ ତାଙ୍କର ମଜାକ ଉଡାଇବା ଲାଗି ସ୍ନିକର ପିନ୍ଧିଥିଲେ ଏବଂ ପୂରା ସଂନ୍ଧ୍ୟା ପର୍ଯ୍ୟନ୍ତ ସେ ଫର୍ମାଲ ଜୋତା ପିନ୍ଧିବା ପାଇଁ ଚାଂହୁଁନଥିଲେ ।

ଆନନ୍ଦ ଫିଲ୍ମ ଦୁନିଆର ନୁହନ୍ତି ତେଣୁ ତାଙ୍କୁ ଏହି ଦୁନିଆର ଚାଲିଚଳଣ ବିଷୟରେ ଜଣାନାହିଁ ମାତ୍ର ସେ ମଜାକ କରିବା ପାଇଁ ସ୍ନିକର ପିନ୍ଧିଥିବା କହିଛନ୍ତି ସୋନମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More