Only for Entertainment

ସୋନମଙ୍କ ବିବାହରେ କାର୍ଡ଼ ଛପାଯିବ ନାହିଁ, ଏହିଭଳି ପଠାଯିବ ନିମନ୍ତ୍ରଣ ।

youtube
0 58

ସୋନମ କପୁର ଏବଂ ଆନନ୍ଦ ଆହୁଜାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନର ଖବର ଅନୁସାରେ ସେମାନଙ୍କ ବିବାହରେ କାର୍ଡ଼ ଛପାଯିବ ନାହିଁ,ତେବେ ଏହି ନିଷ୍ପତ୍ତି ନିଜେ ସୋନମ ନେଇଛନ୍ତି ।

ବଲିଉଡ ଲାଇଫ ଖବର ଅନୁସାରେ ସୋନମ ଏବଂ ଆନନ୍ଦ ଆହୁଜା ସଂରକ୍ଷଣରେ ବିଶ୍ୱାସ କରନ୍ତି । ସେମାନେ କୁହନ୍ତିଯେ ବିବାହ କାର୍ଡ଼ରେ ଖୁବ କାଗଜ ନଷ୍ଟ ହୋଇଥାଏ । ତେଣୁ ସେ ତାଙ୍କ ପରିବାରକୁ ୱେଡିଙ୍ଗ କାର୍ଡ଼ ଛପାଇବାକୁ ମନା କରିଛନ୍ତି । ଏହା ପରିବର୍ତ୍ତେ ସେ ଇ-ଇନଭାଇଟ ପ୍ରସ୍ତୁତ କରିଛନ୍ତି,ତାହା ସମସ୍ତଙ୍କୁ ପଠାଇବେ ।

ମିଡିଆ ରିପୋର୍ଟ ଅନୁସାରେ ଅଭିନେତ୍ରୀଙ୍କ ବିବାହ ୭-୮ ମଇରେ ହେବ । ପୂର୍ବରୁ ଖବର ଥିଲାଯେ ଦୁଇଜଣ ଜର୍ମାନୀରେ ଡେଷ୍ଟିନେସନ ବିବାହ କରିବେ କିନ୍ତୁ ଏବେ ଖବର ଆସିଛିଯେ ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ । ଏହା ମଧ୍ୟ ଶୁଣିବାକୁ ମିଳିଛି ୱେଡିଙ୍ଗ ଆନନ୍ଦ ଆହୁଜାଙ୍କ ବାନ୍ଦ୍ରା ପ୍ରାସାଦରେ ହେବ । ତେବେ ଡେଷ୍ଟିନେସନ ବିବାହକୁ ବଦଳାଇବାର କାରଣ ହେଉଛି ସୋନମଙ୍କ ଜେଜେମା ଏତେ ଦୂର ଯାତ୍ରା କରିପାରିବେ ନାହିଁ ଏବଂ ତାଙ୍କ ପରିବାର ତାଙ୍କ ଜେଜେମାଙ୍କ ଉପସ୍ଥିତି ଚାହାଁନ୍ତି ।

୫୫,୦୦୦ଏସ.କେ.ଏଫ ସ୍ଥାନରେ ନିର୍ମିତ ପ୍ରାସାଦରେ ଏହି ବିବାହ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More