Only for Entertainment

ପାପା ଅନିଲଙ୍କ ପାଇଁ ପୂରା ହେବ ସୋନମଙ୍କ ସ୍ୱପ୍ନ

indian viral news
0 60

ବଲିଉଡରେଯେ ଅଭିନୟ ଏକ ପିଢି ଭାବରେ ଚାଲିଛି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କାରଣ ପ୍ରତ୍ୟେକଙ୍କର ପରସ୍ପର ସହ କିଛି କିଛି ସଂଯୋଗ ରହିଛି । ଏହା ସହିତ ପରିବାର ବର୍ଗ ମଧ୍ୟ ଏକା ସାଙ୍ଗରେ ଫିଲ୍ମରେ ନଜର ମଧ୍ୟ ଆସିଛନ୍ତି । କିନ୍ତୁ ଧର୍ମେନ୍ଦ୍ରଯେ ସନି ଓ ବବିଙ୍କ ସହିତ ଅଭିନୟ କରି ସାରିଛନ୍ତି ଏବଂ ସଂପୂର୍ଣ୍ଣ ପରିବାର ନିଜର ଜଲୱା ଦେଖାଇ ସାରିଛନ୍ତି । କେବଳ ସେତିକି ନୁହେଁ ଶ୍ରଦ୍ଧା କପୁର ଓ ରଣବୀର କପୁର ମଧ୍ୟ ଏଥିରେ କିଛି କମ ନୁହଁନ୍ତି । ତେବେ ସମସ୍ତଙ୍କର ନିଜ ପରିବାର ସହିତ ଅଭିନୟ କରିବାର ସ୍ୱପ୍ନ ରହିଛି ଏହା ସମସ୍ତେ ଜାଣନ୍ତି । ସୋନମ କପୁର ଏଥିରୁ ବାଦ ପଡ଼ିବେ କେମିତି ।ତାଙ୍କର ମଧ୍ୟ ପାପା ଅନିଲଙ୍କ ସହିତ ଅଭିନୟ କରିବାର ସ୍ୱପ୍ନ ମନ ମଧ୍ୟରେ ଲୁଚି ରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରି ନାହିଁ । ସୂଚନା ଅନୁସାରେ ତାଙ୍କର ଏହି ସ୍ୱପ୍ନ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ।

ସୋନମ କପୁର ଖୁବଶୀଘ୍ର ପାପା ଅନିଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମର ନା ହେଉଛି ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ । ଫିଲ୍ମରେ ସୋନମ ଏବଂ ଅନିଲ ବାପା ଓ ଝିଅ ଚରିତ୍ରରେ ନଜର ଆସିବେ । ତେବେ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ଫିଲ୍ମଟି ବିଧୁ ବିନୋଦ ଚୋପଡ଼ାଙ୍କ ଭଉଣୀ ସେଲି ଧାର କରୁଛନ୍ତି । ଏହା ଏଭଳି ଏକ ଫିଲ୍ମ ଯେଉଁଥିରେ ଅନିଲ ଏବଂ ସୋନମ ଏକା ସାଙ୍କରେ ବାପା ଓ ଝିଅ ଚରିତ୍ରରେ ନଜର ଆସିବେ । ତେବେ ସେଲିଙ୍କ କହିବା ଅନୁସାରେ ଅନିଲ ଏଥିରେ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ । ଏହା ବ୍ୟତୀତ ସବୁଠାରୁ ନିଆରା କଥା ହେଉଛିଯେ ଫିଲ୍ମଟି ଅନିଲଙ୍କ ପଟିୟାଲା ଘରେ ସୁଟିଂ କରାଯିବ । କାରଣ ଫିଲ୍ମକୁ ନିର୍ଦ୍ଦେଶିକା ଫିଲ୍ମକୁ ଜୀବନ୍ତ କରିବାକୁ ଚାହୁଁଛନ୍ତି । ଫିଲ୍ମରେ ଅନିଲ ଏବଂ ସୋନମଙ୍କ ବ୍ୟତୀତ ଜୁହି ଚାୱଲା ମଧ୍ୟ ନଜର ଆସିବେ । ତେବେ ସୋନମଙ୍କ ବିପକ୍ଷରେ ରାଜକୁମାର ରାଓ ନଜର ଆସିବେ ।

‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ ଗୀତଟି ଫିଲ୍ମ ୧୯୪୨: ଏ ଏଭ ଷ୍ଟୋରୀର । ଯେଉଁଥିରେ ଅନିଲ କପୁର ଏବଂ ମନୀଷା କୋଇରାଲା ଏକା ସାଙ୍ଗରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More