Only for Entertainment

‘ସୋନଚିଡ଼ିଆ’କୁ ମିଳିଲା ନୂଆ ରିଲିଜ ଡେଟ ।

superstarsbio.com
23

ସୁୁଶାନ୍ତ ସିଂ ରାଜପୂତ ଷ୍ଟାରର ସୋନଚିଡ଼ିଆକୁ ମିଳିଲା ଏକ ନୂଆ ରିଲିଜ ଡେଟ । ଏହି ଫିଲ୍ମ ଯଦିଓ ୮ ଫେବୃୟାରୀକୁ ରିଲିଜ ହେବାର ଥିଲା ତଥାପି ଏହା ମୁଲତବି ରହିଲା । ଏହା ଫେବୃୟାରୀ ୮ ପରିବର୍ତ୍ତେ ୧ ମାର୍ଚ୍ଚକୁ ରିଲିଜ ହେବ ବୋଲି ଧାର୍ଯ୍ୟ କରାଯାଇଛି ।

 

ଟ୍ରେଣ୍ଡ ଆନାଲିଷ୍ଟ ତରନ ଆଦର୍ଶ ତାଙ୍କ ଟ୍ୱିଟର ଆକାଉଂଟରେ ଏହି ବିଷୟରେ ସୂଚନା ଦେଇଛନ୍ତି । କେବଳ ତରନ ଆଦର୍ଶ ନୁହଁନ୍ତି ବରଂ ଫିଲ୍ମର ନାୟିକା ଭୂମି ପେଡନେକର ମଧ୍ୟ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ବିଷୟରେ ଜଣାଇଛନ୍ତି । ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତିି ‘କର ରହେ ହୈ ୟେ ବାଗି ସାଜିଶ ଲୁଟନେକି , ଥୋଡ଼ା ଇନ୍ତଜାର କିଜିୟେ ୟେ ଡକୟେଟ ସୁରୁ ହୋଗି ଫାଷ୍ଟ ମାର୍ଚ୍ଚ ସେ’ ।

 

ଅଭିଷେକ ଚବେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସୁଶାନ୍ତ ସିଂ ରାଜପୂତ ଡକାୟାତ ଚରିତ୍ରରେ ନଜର ଆସିବେ । କହିରଖୁଛୁଯେ ଫିଲ୍ମର ଟ୍ରେଲର କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More