Only for Entertainment

ଆସିଲା ଆଗାମୀ ବଲିଉଡ୍ କ୍ରାଇମ୍ – ଡ୍ରାମା ମୁଭି ‘ସୋନଚିରୈୟା’ର ଆଉ ଏକ ଟ୍ରେଲର୍ !

42

ଆଗାମୀ ବଲିଉଡ୍ ମୁଭି ‘ସୋନଚିରୈୟା’ର ଆଉ ଏକ ଟ୍ରେଲର୍ ମୁକ୍ତିଲାଭ କରିଛି । ଚମ୍ବଲର ଚର୍ଚ୍ଚିତ ଡାକୁଙ୍କ ଉପରେ ସିନେମାର କାହାଣୀ ଗତିଶୀଳ ହୋଇଛି । ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଏହି ସିନେମାର ସୁଶାନ୍ତ ସିଂ ରାଜପୁତଙ୍କୁ ମୁଖ୍ୟ ଭୂମିିକାରେ ଦେଖିବାକୁ ମିଳିଛି ।

ଆସିଲା ଆଗାମୀ ବଲିଉଡ୍ କ୍ରାଇମ୍ – ଡ୍ରାମା ମୁଭି ‘ସୋନଚିରୈୟା’ର ଆଉ ଏକ ଟ୍ରେଲର୍ । ଫିଲ୍ମଟି ଚମ୍ବଲର ଡାକୁ ମାନଙ୍କ ଉପରେ ଆଧାରିତ ହୋଇଛି । କିଭଳି ଚମ୍ବଲରୁ ଡାକୁଙ୍କ ନିପାତ ପାଇଁ ସରକାର ଓ ପୋଲିସ୍ ଉଦ୍ୟମ କରନ୍ତି ତାହାକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ର ର କାହାଣୀ । ଫିଲ୍ମରେ ଏକାଧିକ ବଲିଉଡ୍ ଷ୍ଟାରଙ୍କୁ ଦେଖିବାକୁ ମିଳିଛି । ତେବେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ଅଭିନେତ୍ରୀ ଭୂମି ପେଡନେକର୍ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତେବେ ଏମାନଙ୍କ ବ୍ୟତିତ ମନୋଜ ବାଜପୈୟୀ, ରଣବୀର୍ ସୋରେ, ଆଶୁତୋଷ ରାଣା, ଅମିତ୍ ସିଆଲ୍, ସୁହୈଲ୍ ନାୟାର୍ ଆଦି ବଲିଉଡ୍ କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ ।


ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଷେକ ଚୋବେ । ଏହି ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ବିଶାଲ୍ ଭରଦୱାଜ୍ । ଫିଲ୍ମଟିର ସୁଟିଂ ଜାନୁୟାରୀ ୨୦୧୮ରେ ଆରମ୍ଭ ହୋଇ ଏପ୍ରିଲ୍ ୧ ୨୦୧୮ରେ ଶେଷ ହୋଇଥିଲା । ଆଉ ଚମ୍ପଲ୍ ଅଂଚଳରେ ହିଁ ଏହି ସିନେମାର ସୁଟିଂ କରାଯାଇଛି । ୧ ମାର୍ଚ୍ଚରେ ପରଦାକୁ ଆସିବ ଚଳଚ୍ଚିତ୍ର ସୋନଚିରୈୟା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More