Only for Entertainment

ଓସ୍କାର ଜିତିଥିବା ସାଣ୍ଡ୍ରା ଲକଙ୍କର ୭୪ବର୍ଷ ବୟସରେ ହେଲା ନିଧନ !

35

ଅଭିନେତ୍ରୀ ସାଣ୍ଡ୍ରା ଲକଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଖବର ମୁତାବକ ସାଣ୍ଡ୍ରା ଲକ ସବୁଦିନ ଲାଗି ଏହି ଦୁନିଆରୁ ବିଦାୟ ନେଇଛନ୍ତି । ରିପୋର୍ଟ ମୁତାବକ ତାଙ୍କର ନଭେମ୍ବର୩ରେ ୭୪ବର୍ଷ ବୟସରେ ଦେହାନ୍ତ ହୋଇଥିଲା କିନ୍ତୁ ଏବେ ଏହି ଖବର ସାମ୍ନାକୁ ଆସିଛି । ଲସ ଏଂଜେଲସ କାଉଁଟି ଲୋକ ସ୍ୱାସ୍ଥ୍ୟ ବିଭାଗ ତାଙ୍କ ନିଧନ ହୋଇଥିବା ଖବର ସାମ୍ନାକୁ ଆଣିଥିଲେ ।

ଏକ ଖବର ମୁତାବକ, ବ୍ରେଷ୍ଟ ଏବଂ ବୋନ କ୍ୟାନସର କାରଣରୁ ତାଙ୍କର ନିଧନ ହୋଇଥିଲା । ଲକଙ୍କର କ୍ଲିଂଟ ଇଷ୍ଟଉଡଙ୍କ ସହ ଏକ ଦଶକରୁ ମଧ୍ୟ ଅଧିକ ବିବାଦାସ୍ପଦ ସମ୍ବନ୍ଧ ରହିଥିଲା, ଯିଏ ତାଙ୍କୁ ‘ଦ ଆଊଟ ଲ ଜୋସେ ବିଲ୍ସ’ରେ ପ୍ରଥମ ଥର କାଷ୍ଟ କରିଥିଲେ ।

ସାଣ୍ଡ୍ରା ଚଳିତ ୧୯୬୭ରେ କାର୍ସନ ମ୍ୟାକକୁଲର୍ସଙ୍କ ଉପନ୍ୟାସ ‘ଦ ହାର୍ଟ ଇଜ ଏ ଲୋନଲୀ ହଂଟର’ର ଫିଲ୍ମ ରୁପାନ୍ତରଣରେ କିଶୋରୀ ମିଲ କେଲିଙ୍କ ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ବେଷ୍ଟ ପୋର୍ଟିଗ ଅଭିନେତ୍ରୀ ପାଇଁ ଓସ୍କାର ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More