Only for Entertainment

ବାୟୋପିକ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ର ସଙ୍ଗ ଭିଡିଓ ହେଲା ରିଲିଜ, ଦେଖିବାକୁ ମିଳିଲା ଗୀତ ମେକିଂର ଭିଡିଓ !

youtube
0 55

ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣା ନିଜ ସଂଘର୍ଷର କାହାଣୀକୁ ନେଇ ପ୍ରସ୍ତୁତ କରିଛନ୍ତି ଏକ ଡ୍ୟାନ୍ସ ଫିଲ୍ମ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ । ଏହି ସିନେମାରେ ବନ୍ଦେ ଉକ୍ରଳ ଜନନୀ ଗୀତକୁ ସ୍ଥାନ ଦେଇଛନ୍ତି କ୍ରିଷ୍ଣା । ଯାହାକୁ ଗାଇଛନ୍ତି କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଓ ଅନନ୍ୟା ଶ୍ରୀତମ ନନ୍ଦ । ନିକଟରେ ଅନନ୍ୟାଙ୍କୁ ଏହି ଗୀତର ରେକର୍ଡିଂ କରିବାରେ ଦେଖିବାକୁ ମିଳିଥିଲା ।

ଅନନ୍ୟାଙ୍କ ସ୍ୱରରେ ଶୁଣିବାକୁ ମିଳିବ ବନ୍ଦେ ଉକ୍ରଳ ଜନନୀ । ଆଗାମୀ ବାଓପିକ୍ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ରେ ସ୍ଥାନ ପାଇବ ଅନନ୍ୟାଙ୍କ ସ୍ୱରରେ ଏହି ଖାସ ଗୀତ । ନିକଟରେ ଅନନ୍ୟାଙ୍କୁ ଏହି ଗୀତର ରେକର୍ଡିଂ କରିବାରେ ଦେଖିବାକୁ ମିଳିଥିଲା । କ୍ରିଷ୍ଣା ରେଡ୍ଡି ଓ ସାଇ ଲଖନଙ୍କ ସଙ୍ଗୀତରେ ଏହି ଗୀତରେ ଅନନ୍ୟାଙ୍କ ସମେତ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରାଙ୍କ ଗାୟିକି ମଧ୍ୟ ଶୁଣିବାକୁ ମିଳିଛି ।

ଚଳଚ୍ଚିତ୍ର ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ ହୋଇଛି । କିଭଳି ସାଧାରଣ ବସ୍ତି ପିଲା ଓ ଶ୍ରମିକଙ୍କୁ ତାଲିମ୍ ଦେଇ ଜାତୀୟ ମଂଚରେ ଭେଟି ଦେଇଥିଲେ ଚମକ୍ରାର ନୃତ୍ୟ କଳା ତାହା ଦେଖିବାକୁ ମିଳିବ ଏହି ସିନେମାରେ । କ୍ରିଷ୍ଣା ନିଜେ ଏହି ସିନେମାରେ ଅଭିନୟ କରିଛନ୍ତି ଆଉ ଫିଲ୍ମରେ ତାଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଅଭିନେତ୍ରୀ ସୁରମୟୀ । ଏହି ଫିଲ୍ମର ନିର୍ଦ୍ଦେଶନା, ପ୍ରଯୋଜନା ସମେତ ସଙ୍ଗୀତର ଭାର ତୁଲାଇଛନ୍ତି କ୍ରିଷ୍ଣା ରେଡ୍ଡି ।

ସତ କାହାଣୀ ଉପରେ ଆଧାରିତ ହୋଇଛି ଏହିସିନେମା । ଫିଲ୍ମରେ ବନ୍ଦେ ଉକ୍ରଳ ଜନନୀ ଓ ବନ୍ଦେ ମାତରମ୍ ଭଳି ଦେଶାତ୍ମବୋଧ ଗୀତକୁ ମଧ୍ୟ ସ୍ଥାନ ଦେଇଛନ୍ତି କ୍ରିଷ୍ଣା । ଫିଲ୍ମଟି ଖୁବଶୀଘ୍ର ମୁକ୍ତିଲାଭ କରିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More