Only for Entertainment

ରଙ୍ଗୋଲୀଙ୍କ ‘ଚପଲ ଫିଙ୍ଗା’ କମେଣ୍ଟକୁ ଆଲିଆଙ୍କ ମା’ କହିଲେ ପାଗଳପଣ , ଡିଲିଟ କଲେ ଟ୍ୱିଟ

Koimoi
33

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲୀଙ୍କ ସହିତ ଆଲିଆ ଭଟ୍ଟଙ୍କ ମା’ ସୋନୀ ରାଜଦାନଙ୍କ ମଧ୍ୟରେ ଟ୍ୱିଟରେ ଚାଲିଥିବା ଯୁଦ୍ଧ ଏବେ ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ରଙ୍ଗୋଲୀ ଟ୍ୱିଟ କରି ମହେଶ ଭଟ୍ଟଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଥିଲେ ।

ରଙ୍ଗୋଲୀ ଲେଖିଥିଲେ ଯେ, ମହେଶ ଭଟ୍ଟ ନିଜ ଅଫିସରେ କଙ୍ଗନାଙ୍କ ଉପରେ ଚିଲ୍ଲାଇ ଥିଲେ ଯେଉଁଥିରେ ସେ ଖୁବ ଦୁଃଖୀ ହୋଇଯାଇଥିଲେ । ଏହା ସହିତ ‘ୱେ ଲମହେ’ର ପ୍ରିଭ୍ୟୁରେ ମହେଶ ଭଟ୍ଟ କଙ୍ଗନାଙ୍କ ଉପରେ ଚପଲ ଫିଙ୍ଗି ମାରିଥିଲେ । ଏଥିରେ ସେ ଦୁଃଖୀ ହୋଇ ପୂରା ରାତି କାନ୍ଦିଥିଲେ । କଙ୍ଗନା ନିଜ ଫିଲ୍ମକୁ ମଧ୍ୟ ଦେଖିପାରି ନ ଥିଲେ । ସେତେବେଳେ ସେ ମାତ୍ର ୧୯ ବର୍ଷର ଥିଲେ ।

Kangana-Rangoli

ଏହା ପରେ ମହେଶ ଭଟ୍ଟଙ୍କ ପତ୍ନୀ ସୋନୀ ରାଜଦାନ ଏହି ଚ୍ୟାପ୍ଟରକୁ ଶେଷ କରିବା ପାଇଁ ମେହଶ ଭଟ୍ଟ ଏବଂ କଙ୍ଗନାଙ୍କ ସହ ଜଡିତ ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି । ଅନ୍ୟ ପକ୍ଷରେ ମିଡିଆକୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ କୌଣସି ପ୍ରକାରର ପାଗଳପଣରେ ପସିବାକୁ ଚାହାଁନ୍ତି ନାହିଁ ।

alia

କହିରଖୁଛୁ ଯେ, ସୋନୀ ରାଜଦାନ ଟ୍ୱିଟ କରି ଲେଖିଥିଲେ, ମେହଶ ଭଟ୍ଟ, କଙ୍ଗନାଙ୍କୁ ବ୍ରେକ ଦେଇଥିଲେ । ଏବଂ ଆଜି କଙ୍ଗନା ମେହଶ ଏବଂ ତାଙ୍କ ନାଁ ରେ ଏବଂ ତାଙ୍କ ଝିଅଙ୍କ ନାଁରେ ଅନେ କ ପ୍ରକାର କଥା କହୁଛନ୍ତି । ପ୍ରତ୍ୟେକ ଦିନ ତାଙ୍କ ଝିଅ, ପତ୍ନୀଙ୍କୁ ଆଟାକ କରୁଛନ୍ତି । ଏହା ପଛରେ କଙ୍ଗନାଙ୍କ ଆଜେଣ୍ଡା କ’ଣ ? ଏହି ଟ୍ୱିଟରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ଅନେକ ଟ୍ୱିଟ କରି ଜବାବ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More