Only for Entertainment

ଅନେକ ଦିନର ବ୍ୟବଧାନ ପରେ ଜବରଦସ୍ତ ଗୀତ ସହ ଫେରିଲେ ସୋନୁ ନିଗମ ।

LyricsDiary
27

ରିଲିଜ୍ ହେଲା ବଲିଉଡ୍ ଭର୍ସାଟାଇଲ୍ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ଏକ ଜବରଦସ୍ତ ମ୍ୟୁଜିକ୍ ଭିଡିଓ ‘ଟୋଟା’ । ଗୀତ ଜରିଆରେ ଅନେକ ଦିନ ପରେ ନିଜ ଫ୍ୟାନଙ୍କ ପାଖକୁ ଫେରିଛନ୍ତି ସୋନୁ । ମିଟ୍ ବ୍ରଦରର୍ସଙ୍କ ମିଶି ଏହି ମ୍ୟୁଜିକ୍ ଭିଡିଓ ଭେଟି ଦେଇଛନ୍ତି ସୋନୁ । ଗୀତକୁ ସୋନୁ ଗାଇବା ସହ ଗୀତ ଦୃଶ୍ୟାୟନରେ ବି ସୋନୁ ନିଗମଙ୍କୁ ଦେଖିବାକୁ ମିଳିଛି । ଗୀତରେ ବେଶ ଦମଦାର୍ ଡ୍ୟାନ୍ସ ବି କରିଛନ୍ତି ସୋନୁ । ମିଟ୍ ବ୍ରଦର୍ଙ୍କ ମ୍ୟୁଜିକ ଓ ଲିରିକ୍ସ ସହ ସୋନୁ ନିଗମଙ୍କ ୟୁନିକ୍ ଗାୟିକି ଏହି ଗୀତକୁ କରିଛି ମନଲୋଭା । ଗୀତଟି ରିଲିଜ୍ ହେବାର କିଛି ଦିନ ଭିତରେ ୨ ମିଲିଅନ୍ ଦର୍ଶକ ଏହାକୁ ଦେଖି ସାରିଲେଣି । ଏଥିରେ ନାୟିକା ଭାବେ କୈନତ୍ ଅରୋରାଙ୍କୁ ଦେଖିବାକୁ ମିଳିଛି । ୟୁଟୁବରେ ଟ୍ରେଣ୍ଡିଂ ହେବାରେ ଲାଗିଛି ସୋନୁ ନିଗମଙ୍କ ‘ଟୋଟା’ ସଙ୍ଗ । ଯାହା ଆଗକୁ ଆହୁରି ପପୁଲାର୍ ହେବ ବୋଲି ଅନୁମାନ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More