Only for Entertainment

ବାପାଙ୍କୁ ମନେ ପକାଇବ ଇମୋସନାଲ ହେଲେ ସୋନୁ ସୁଦ, ବାପାଙ୍କୁ ଆଉ ଦେଖି ପାରିବେ ନାହିଁ ବୋଲି ପୋଷ୍ଟ ଲେଖି କଲେ ଶେୟାର !

36

ବଲିଉଡ ଅଭିନେତା ସୋନୁ ସୁଦ କିଛି ଦିନ ହେବ ନିଜ ଫିଲ୍ମ ‘ସିମ୍ବା’ର ସକ୍ସେସ ପାର୍ଟି ଏନଜୟ କରୁଛନ୍ତି । ଏହାମଧ୍ୟରେ ସେ ତାଙ୍କ ବାପାଙ୍କୁ ଖୁବ ମନେ ପକାଉଛନ୍ତି । ଅସଲରେ ଆଜିକୁ ସୋନୁଙ୍କ ବାପାଙ୍କ ମୃତୁ ୨ବର୍ଷ ହୋଇଗଲା । ନିକଟରେ ସେ ଇନଷ୍ଟାଗ୍ରାମରେ ନିଜ ବାପାଙ୍କ ସହ ଥିବା ଫଟୋ ଏବଂ ଫିଲିଂ ଶେୟାର କରି ପୋଷ୍ଟ କରିଛନ୍ତି ।

ସୋନୁ ଲେଖିଛନ୍ତି ଏହି ତାରିଖକୁ ସେ ମନେ ରଖିବାକୁ ଚାହୁଁ ନାହାନ୍ତି, କିନ୍ତୁ ଏହି ତାରିଖ ଯାହାକୁ ସେ କେବେ ଭୂଲି ପାରିବେ ନାହିଁ । ଏହାବ୍ୟତୀତ ସେ ସବୁ ସମୟରେ, ସବୁ ମିନିଟରେ ତାଙ୍କ ବାପାଙ୍କୁ ମନେ ପକାଉଛନ୍ତି ବୋଲି ଶେୟାର କରିଛନ୍ତି ।

ସୋନୁଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସୋନୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ ୧୯୯୯ରେ ତାମିଲ ଫିଲ୍ମ ‘କଲାଜହଗର’ରୁ କରିଥିଲେ । କିନ୍ତୁ ତାଙ୍କୁ ଅସଲି ପରିଚୟ ୟୁବାରୁ ମିଳିଥିଲା । ଏହାବ୍ୟତୀତ ସେ ‘କହାଁ ହୋ ତୁମ’ , ‘ଶୀଶା’ ‘ଆଶିକ ବନୟା ଆପନେ’, ‘ଯୋଧା ଆକବର’, ‘ଏକ ବିବାହ ଐସା ଭି’ ‘ଦବଙ୍ଗ’ , ‘ବୁଢା ହୋଗା ତେରା ବାପ’ଭଳି ଅନେକ ଫିଲ୍ମରେ କାମ କରିଛନ୍ତି । ନିକଟରେ ରଣବୀର ସିଂଙ୍କ ଫିଲ୍ମରେ ମଧ୍ୟ ତାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More