Only for Entertainment

ଉଭଣୀ ଇସାବେଲଙ୍କ ସହ ପରଦାରେ ନଜର ଆସିବେ କ୍ୟାଟ୍ରିନା

34

ଉଭଣୀ ଇସାବେଲଙ୍କ ସହ ପରଦାରେ ନଜର ଆସିବେ କ୍ୟାଟ୍ରିନା କୈଫ । ତାଜା ଖବର ଅନୁସାରେ ଅପକମିଂ ଫିଲ୍ମ ଟାଇମ ଟୁ ଡ୍ୟାନ୍ସରେ କ୍ୟାଟ୍ରିନାଙ୍କ କାମିଓ ରୋଲରେ ଅଭିନୟ ରହିବ । ସଲମାନ ଖାନଙ୍କ ଅଭିନୀତ ଗୀତ ଓ ଓ ଜାନାର ରିମିକ୍ସରେ ନଜର ଆସିବେ କ୍ୟାଟ୍ରିନା । ତାଙ୍କ ସହ ଯୋଡି ଜମିବ ସଲମାନ ଖାନଙ୍କର । ଟାଇମ ଟୁ ଡ୍ୟାନ୍ସରେ ଇସାବେଲ ଓ ସୁରଜ ପାଂଚୋଲି ଏକାଠି ଅଭିନୟ କରୁଛନ୍ତି ।

ସୁରଜଙ୍କ ଏହା ୨ୟ ଫିଲ୍ମ ହୋଇଥିବାବେଳେ ଇସାବେଲଙ୍କ ଏହା ବଲିଉଡ ଡେବ୍ୟୁ ଫିଲ୍ମ ହେବାକୁ ଯାଉଛି । ଷ୍ଟାନଲେ ଫଡନବିଜଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି ଏହି ଡ୍ୟାନ୍ସିଙ୍ଗ ମୁଭି । ମାର୍ଚ୍ଚ ମାସରୁ ମୁମ୍ବାଇ ଫିଲ୍ମ ସିଟିରେ ସୁଟିଂ କରାଯିବ । ଗୀତର ଓରଜିନାଲ ଭର୍ସନରେ କମଲ ଖାନଙ୍କ ଆୱାଜ ଶୁଣିବାକୁ ମିଳିଥିବାବେଳେ ରିମିକ୍ସ ଭର୍ସନରେ ଶିବାଇ ବ୍ୟାସଙ୍କ ଆୱାଜ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More