Only for Entertainment

ସୂର୍ଯ୍ୟବଂଶମର ୨୦ ବର୍ଷ ପରେ ରାଜ ଖୋଲିଲେ ଅମିତାଭ । କାହିଁକି ସୋନି ଟିଭିରେ ବାରମ୍ବାର ପ୍ରସାରଣ ହେଉଛି ଏହି ଫିଲ୍ମ ।

bollywood tadka
68

ଗତକାଲି ୨୧ ମଇକୁ ବିଗ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ ସୂର୍ଯ୍ୟବଂଶମକୁ ୨୦ ବର୍ଷ ପୂରା ହୋଇଯାଇଛି । ସେହି ଅବସରରେ ଆମେ ଫିଲ୍ମ ସହିତ ଜଡ଼ିତ କିଛି କଥା ଆପଣ ମାନଙ୍କ ସହିତ ଶେୟାର କରିଥିଲୁ । ତେବେ ଏହାକୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ନିଜେ ବିଗ ବି ଅମିତାଭ ବଚ୍ଚନ ଏହାର ଖୁଲାସା କରିଛନ୍ତି ।

ବାସ୍ତବରେ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛିଯେ କାହିଁକି ଚ୍ୟାନେଲ ସେଟ ମାକ୍ସରେ ଏହି ଫିଲ୍ମକୁ ବାରମ୍ବାର ଦେଖାଉଛି । ଏହାକୁ ନେଇ ସୋସିଆଲ ମିଡିଆରେ ଏକାଧିକ ମିମ୍ସ ମଧ୍ୟ ଭାଇରାଲ ହୋଇଛି । ଅବଶ୍ୟ ବିଗ ବି ଦେଇଥିବା ଏହି ସୂଚନାଟି ବିଷୟରେ ଜାଣିବା ପରେ ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ଥିବା ସନ୍ଦେହ ଦୂର ହୋଇଯିବ । ଅମିତାଭ ଦେଇଥିବା ସୂଚନା ଅନୁସାରେ ଆଜି ମଧ୍ୟ ଚ୍ୟାନେଲରେ ଫିଲ୍ମ ଦେବାମାତ୍ରେ ଅଧିକ ଲୋକ ଟିଭି ସାମ୍ନାରେ ବସିଯାଆନ୍ତି । ଯାହାର ପ୍ରମାଣ ଆପଣ ଦେଖି ପାରୁଛନ୍ତି ।

ସେ ଯାହା ହେଉ ଏହାକୁ ନେଇ ଆଉ ଏକ କଥା ମଧ୍ୟ କହିରଖୁଛୁଯେ ଦୁଇ ବର୍ଷ ପୂର୍ବରୁ ସୋନି ମାକ୍ସର ମାର୍କେଟି୍ଂଗ ହେଡ ଏହାର ଖୁଲାସା କରିଥିଲେଯେ ଚ୍ୟାନେଲ ଏହି ଫିଲ୍ମର ରାଇଟସକୁ ୧୦୦ ବର୍ଷ ପାଇଁ କିଣି ଦେଇଛି । ତେବେ ଫିଲ୍ମ ୨୧ ମଇ ୧୯୯୯ରେ ରିଲିଜ ହୋଇଥିଲା । ଫିଲ୍ମ ଚ୍ୟାନେଲରେ ପ୍ରସାରଣ ହେବାର ମାତ୍ର ୨୦ ବର୍ଷ ପୂରା ହୋଇଛି ଏବଂ ୮୦ ବର୍ଷ ବାକି ରହିଛି । ଯାହା ଆଗାମୀ ୮୦ ବର୍ଷ ପର୍ଯ୍ୟନ୍ତ ଦେଖିବାର ସୁଯୋଗ ପାଇବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More