Only for Entertainment

ଭାବିଜୀ ଘର ପର ହୈ ଅଭିନେତ୍ରୀ ସୌମ୍ୟା ଟଣ୍ଡନ ହେଲେ ମା ।

hindustantimes
40

ଭାବିଜୀ ଘର ପର ହୈ ଫେମ ଅନୀତା ଭାଉଜ ଅର୍ଥାତ ସୌମ୍ୟା ଟଣ୍ଡନଙ୍କ ଘରକୁ ଖୁସି ଖବର ଆସିଛି ।ନୂଆ ଅତିଥିଙ୍କ ଆଗମନ ହୋଇଛି ସୌମ୍ୟାଙ୍କ ଘରକୁ । ରିପୋର୍ଟ ଅନୁସାରେ ସୌମ୍ୟା ଏକ ପୁଅକୁ ଜନ୍ମ ଦେଇଛନ୍ତି । କହିରଖୁଛୁଯେ ଗର୍ଭବତୀ ଥିବା କାରଣରୁ ସେ ଶୋ’ରୁ କିଛି ଦିନ ପାଇଁ ବ୍ରେକ ନେଇଥିଲେ । ଏହି କାରଣରୁ ସେ ଶୋ’ରେ ଅଧିକ ସମୟରେ ନଜର ଆସୁନଥିଲେ । ଏହା ସହିତ ଆପଣ ନଜର କରିଥିବେଯେ ଯେବେ ମଧ୍ୟ ସୌମ୍ୟା ଶୋ’ରେ ନଜର ଆସନ୍ତି ତାଙ୍କ ବେବି ବମ୍ପ ଦେଖାଯାଏ ଯାହାକୁ ସେ ଡ୍ରେସ ମାଧ୍ୟମରେ ଘୋଡ଼ାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ ସେ ଗର୍ଭବତୀ ଥିବା ଖବର ସେ ସୋସିଆଲ ମିଡିଆରେ ଦେଇଥିଲେ । ଯେଉଁଥିରେ ସେ କ୍ୟାପ୍ସନରେ ଲେଖିଥିଲେଯେ ମୁଁ ଆଜି ନିଜକୁ ଯାଦୁଗର ଭଳି ମନେ କରୁଛି । କହିରଖୁଛୁଯେ ଦୀର୍ଘ ସମୟ ଧରି ସଂପର୍କରେ ରହିବା ପରେ ସେ ବଏଫ୍ରେଣ୍ଡ ସୌରଭ ଦେବନ୍ଦ୍ରେ ସିଂଙ୍କୁ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More