Only for Entertainment

ଧୁମଧାମରେ ବିବାହ କରିବା ପରେ ବିଦେଶରେ ପତିଙ୍କ ସହିତ ହନିମୁନ ଏଞ୍ଜୟ କରୁଛନ୍ତି ସୌନ୍ଦର୍ଯ୍ୟା ରଜନୀକାନ୍ତ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ

Yahoo News
42

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ କିଛି ଦିନରୁ ନିଜର ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୌନ୍ଦର୍ଯ୍ୟା ରଜନୀକାନ୍ତ ୧୧ ଫେବୃଆରୀ ୨୦୧୯ରେ ଧୁମଧାମରେ ଚେନ୍ନାଇରେ ବିବହ କରିଥିଲେ । ସୋସିଆଲ ମିଡିଆରେ ଏହି ବିବାହର ଅନେକ ଫଟୋ ଭାଇରାଲ ହୋଇଥିଲା । ସୌନ୍ଦର୍ଯ୍ୟା ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବିବାହର କିଛି ଫଟୋ ସେୟାର କରିଥିଲେ ।

ବିବାହ ପରେ ସୌନ୍ଦର୍ଯ୍ୟା ପତି ୱିଶଗନ ବନାଙ୍ଗାମୁଡିଙ୍କ ସହିତ ବିଦେଶରେ ହନିମୁନ ଏଞ୍ଜୟ କରୁଥିବାର ନଜର ଆସିଛନ୍ତି । ସୌନ୍ଦର୍ଯ୍ୟା ରଜନୀକାନ୍ତ ନିଜ ସୋସିଆଲ ମିଡିଆରେ ହନିମୁନର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ପତିଙ୍କ ସହିତ ନଜର ଆସିଛନ୍ତି ।

କହିରଖୁଛୁ ଯେ, ସୌନ୍ଦର୍ଯ୍ୟାଙ୍କର ଏ ହା ଦ୍ୱିତୀୟ ବିବାହ । ଏହା ପୂର୍ବରୁ ସେ ଅଶ୍ୱିନୀ ରାଜକୁମାରଙ୍କ ସହିତ ବିବାହ କରିଥିଲେ । ଦୁହିଁଙ୍କର ଗୋଟିଏ ଛୋଟ ପୁଅ ମଧ୍ୟ ଅଛି । ଆପଣଙ୍କୁ କହିରଖୂୁଛୁ ଯେ, ସୌନ୍ଦର୍ଯ୍ୟା ପତି ୱିଶଗନ ବନାଙ୍ଗାମୁଡିଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ । ଦୁହିଁଙ୍କ ବିବାହରେ ପରିବାର , ନିକଟ ବନ୍ଧୁଡଙ୍କ ବ୍ୟତିତ ନାମୀଦାମୀ ଲୋକେ ମଧ୍ୟ ସାମିଲ ହୋଇ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More