Only for Entertainment

ସେଲ୍ଫି ନେଉଥିବା ବ୍ୟକ୍ତିର ଫୋନକୁ ପିଙ୍ଗିଦେଇ ଚର୍ଚ୍ଚାରେ ସାଉଥ ଆକ୍ଟର । ଭିଡ଼ିଓ ଭାଇରାଲ ।

punjab keasri
43

ସାଉଥ ଆକ୍ଟର ଶିବ କୁମାରଙ୍କ ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେଉଛି । ଭିଡ଼ିଓରେ ଆପଣ ଦେଖିପାରିବେଯେ ସେଲ୍ଫି ନେଉଥିବା ବ୍ୟକ୍ତିଙ୍କ ସହିତ କିଭଳି ଖରାପ ବ୍ୟବହାର କରୁଛନ୍ତି ଶିବ କୁମାର । ଶିବକୁମାର ମଦୁରାଇରେ କୌଣସି ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ହୋଇ ପହଂଚିଥିଲେ । ସେ ଉଦଘାଟନ ପାଇଁ ଆସୁଥିବା ସମୟରେ କୌଣସି ଜଣେ ବ୍ୟକ୍ତି ତାଙ୍କ ସହିତ ସେଲ୍ଫି ନେବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ଯେତେବେଳେ ଶିବକୁମାରଙ୍କ ନଜର ସେହି ବ୍ୟକ୍ତିଙ୍କ ଉପରେ ପଡ଼ିଲା ସେ ବ୍ୟକ୍ତିଙ୍କ ଫୋନକୁ ତଳକୁ ଫିଙ୍ଗିଦେଲେ ।

ଶିବକୁମାରଙ୍କ ଏଭଳି ବ୍ୟବହାର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲା । ସେଠାକୁ ତାଙ୍କ ସହିତ ମନ୍ତ୍ରୀ ଆର ବି ଉଦୟ କୁମାର ମଧ୍ୟ ଯାଇଥିଲେ । ଲୋକଙ୍କୁ ଶିବଙ୍କ ଏହି ବ୍ୟବହାର ପସନ୍ଦ ଆସିଲା ନାହିଁ । ଏହା ସହିତ ଲୋକମାନେ ତାଙ୍କୁ ଏଭଳି ଭୁଲ ପାଇଁ କ୍ଷମା ମାଗିବାକୁ କହିଲେ । କେହି କେହି କହିଲେଯେ ସେ ଯୋଗାଭ୍ୟାସ ପରେ ମଧ୍ୟ କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ନାହିଁ ।

 

ଆକ୍ଟର ପ୍ରତିକ୍ରିୟା ଦେଲେଯେ ସେଲ୍ଫିକୁ ନେଇ ମୋର କୌଣସି ଆପତ୍ତି ନାହିଁ ।ସ୍ମୃତିକୁ ସଜାଇ ରଖିବାର ଏହା ଏକ ଭଲ ଉପାୟ । କିନ୍ତୁ ସେଲିବ୍ରେଟୀମାନଙ୍କ ପ୍ରାଇଭେସି ଏବଂ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ । ମୁଁ ଗାଡ଼ିରୁ ଓହ୍ଲାଇବା ସମୟରେ ଦେଖିଲିଯେ କିଭଳି ଭଲ୍ୟୁଂଟରକୁ ଧକ୍କା ଦେଇ ୨୦ରୁ ୩୦ରୁ ଜଣ ସେଲ୍ଫି ନେବାକୁ ଆସିଲେ ।କାହା ସହିତ ଫଟୋ ନେବା ପୂର୍ବରୁ ଅନୁମତି ନେବା ଉଚିତ । ପବ୍ଲିକ ପ୍ରପର୍ଟି ଭଳି କଳାକାରଙ୍କୁ ବ୍ୟବହାର କରିବା ଅନୁଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More