Only for Entertainment

ଏହି ପାକିସ୍ତାନୀ କ୍ରିକେଟରଙ୍କୁ ଆଉଟ କରିବା ପାଇଁ ଚିନ୍ତାରେ ପଡିଗଲେ ଅମ୍ପାୟାର, ଭାଇରାଲ ହେଲା ଭିଡିଓ

ndtv
39

ପାକିସ୍ତାନ ଏବଂ ସାଉଥ ଆଫ୍ରିକା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ସେଞ୍ଚୁରିଆନରେ ଖେଳା ଯାଇଥିଲା । ପାକିସ୍ତାନ ଏବଂ ସାଉଥ ଆଫ୍ରିକା ମଧ୍ୟରେ ଚାଲିଥିବା ଟି-୨୦ର ଏହି ଅନ୍ତିମ ମ୍ୟାଚକୁ ପାକିସ୍ତାନ ସହଜରେ ୨୭ ରନରେ ଜିତି ନେଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୬୮ ରନ କରିଥିବା ବେଳେ ସାଉଥ ଆଫ୍ରିକା ୧୪୧ ରନ କରିପାରିଥିଲେ । ସାଉଥ ଆଫ୍ରିକା ଏହି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ସାଉଥ ଆଫ୍ରିକା ନିଜ ନାମରେ କରିଥିବା ପାକିସ୍ତାନ କ୍ଲିଟ ସ୍ୱିପ ହେବାରୁ ବଂଚି ଯାଇଛି ।

ଏହି ମ୍ୟାଚରେ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ଏହି ମ୍ୟାଚରେ ରନ୍ ଆଉଟ ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଥିଲା ଯେ ସୋଏବଙ୍କୁ ଆଉଟ କରିବା ପାଇଁ ଅମ୍ପାୟରଙ୍କ ଝାଳ ବୋହି ଯାଇଥିଲା ।


ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ୧୧ ଓଭରର ଦ୍ୱିତୀୟ ବଲରେ ସର୍ଟ ଫାଇନ ଲେଗରେ ଖେଳି ସିଙ୍ଗିଲ ନେବା ପାଇଁ ଦୌଡିଥିଲେ । ଅନ୍ୟପକ୍ଷରେ ନନ-ଷ୍ଟାଇକର ଏଣ୍ଟରେ ଥିବା ହୁସୈନ ତଲତ ଦୌଡିବା ବଦଳରେ ଠିଆ ହୋଇଥିଲେ । ଫଳରେ ଦୁଇ ଜଣ ବଲିଂ ଏଣ୍ଟରେ ପହଁଚିଥିଲେ । ଏହି ସମୟରେ ଫେହଲୁକବାୟୋ ଏବଂ ହେନରୀ କ୍ଲାସେନ ଚତୁରତାର ସହିତ ସୋଏବଙ୍କୁ ଆଉଟ କରିଥିଲେ । ଦୁଇ ଖେଳାଳୀ ପିଚ ମଝିରେ ଥିବାରୁ ଦୁଇ ଖେଳାଳୀ ଏପରି ସ୍ଥିତିରେ ଦୁହେଁ ଆଉଟ ହୋଇଥିଲେ ।

ଏହାର ନିର୍ଣ୍ଣୟ ଫିଲ୍ଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କୁ ଦେଇଥିଲେ । ତେବେ ତୃତୀୟ ଅମ୍ପାୟାର ଏହାର ନିର୍ଣ୍ଣୟ ନେବା ପାଇଁ ୪ ମିନିଟ ସମୟ ନେଇଥିଲେ ଏବଂ ସୋଏବ ମଲ୍ଲିକଙ୍କୁ ଆଉଟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More