Only for Entertainment

ସାଉଥ କମେଡିଆନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଲାଇଫ ସିଷ୍ଟମରେ ମରଣ ସହ ସଂଘର୍ଷ

hindirush
205

ଏବେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ହାସ୍ୟ କଳାକାର ବେଣୁ ମାଧବ | ଚର୍ଚ୍ଚା ହେଉଛି ଯେ ବେଣୁ ମାଧବଙ୍କୁ ଏବେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବାବେଳେ ଏବେ ସେ ଆଇସିୟୁର ଭେଣ୍ଟିଲେଟରରେ ଅଛନ୍ତି | ଏହି ୩୯ ବର୍ଷୀୟ କଳାକାର ବହୁ ଦିନ ଧରି ଯକୃତ ଓ ବୃକକ ଜନିତ ରୋଗରେ ପୀଡିତ ଅଛନ୍ତି | ତେଲେଙ୍ଗାନାରେ କୋଡେଡରେ ଜନ୍ମଗ୍ରହଣ କରିଥିବା ବେଣୁ ମାଧବ ଜଣେ ସଫଳ ହାସ୍ୟ କଳାକାର ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି |

 

ତେବେ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ବି ସେ ବେଶ ଲୋକପ୍ରିୟ ହୋଇପାରିଛନ୍ତି | ତେଲୁଗୁ ଫିଲ୍ମର ଓଡ଼ିଆ ଡବିଙ୍ଗ ରେ ଓଡ଼ିଆ ଦର୍ଶକମାନେ ତାଙ୍କ ଅଭିନୟକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି | ଫିଲ୍ମ ‘ସମ୍ପ୍ରଦାୟ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବେଣୁ ଖୁବ କମ ସମୟ ମଧ୍ୟରେ ଦର୍ଶକଙ୍କ ଭଲ ପାଇବା ପାଇଥିଲେ |

 

ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ ଅଭିନେତା ରବି ତେଜା ଓ ବ୍ରହ୍ମନନ୍ଦମଙ୍କ ସହ ତାଙ୍କ କମେଡି ଅଭିନୟ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲା | ତେବେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ବେଣୁ ମାଧବ କିଛି ଦିନ ହେଲା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁରେଇ ରହିଛନ୍ତି |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More