Only for Entertainment

୧୧୪୩ ଫିଲ୍ମରେ କାମ କରିଥିବା ବ୍ରହ୍ମାନନ୍ଦମ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

aajtak
28

ସାଉଥ ଇଣ୍ଡିଆନ ଫିଲ୍ମର ପ୍ରସିଦ୍ଧ କମେଡ଼ିଆନ ବ୍ରହ୍ମାନନ୍ଦମଙ୍କ ଶରୀର ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଗଲା । ୬୨ ବର୍ଷର ବ୍ରହ୍ମନନ୍ଦମଙ୍କୁ ୧୩ ଜାନୁୟାରୀକୁ ମୁମ୍ବାଇର ଏଏଚଆଇ ହସ୍ପିଟାଲରେ ଭର୍ତ୍ତି କରାଗଲା । ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ତାଙ୍କୁ ହୃଦଘାତ ଜନିତ ସମସ୍ୟା ରହିଛି, ଯାହାକୁ ଠିକ କରିବା ପାଇଁ ୧୫ ଜାନୁୟାରୀକୁ ତାଙ୍କର ବାଇପାସ ସର୍ଜରୀ କରାଗଲା ।

ବାସ୍ତବରେ ରବିବାରକୁ ହଠାତ ବ୍ରହ୍ମନନ୍ଦମଙ୍କୁ ନିଃଶ୍ୱାସ ନେବାରେ ସମସ୍ୟା ହେଲା । ତତକ୍ଷଣାତ ତାଙ୍କୁ ହସ୍ପିଟାଲ ନିଆଗଲା । ଡାକ୍ତରଙ୍କ କହିବା ଅନୁସାରେ ହସ୍ପିଟାଲରେ ପହଂଚିବା ସମୟରେ ବ୍ରହ୍ମନନ୍ଦମଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ ଶୋଚନୀୟ ହୋଇ ପଡ଼ିଥିଲା, ତେଣୁ ତାଙ୍କୁ ତତ୍କାଳ ମେଡିକାଲ ସୁବିଧା ଦିଆଗଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବାଏପାସ ସର୍ଜରୀ ପାଇଁ ପରାମର୍ଶ ଦିଆଗଲା । ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ମଙ୍ଗଳବାରକୁ ତାଙ୍କର ହୃଦଘାତ ଅପରେସନ କରାଗଲା । ଏବେ ଡାକ୍ତର ତାଙ୍କୁ ଅବଜରଭେସନରେ ରଖିଛନ୍ତି ଓ ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି । ହସ୍ପିଟାଲରେ ତାଙ୍କର ଦୁଇ ପୁଅ ଏବେ ତାଙ୍କ ଦେଖାରେଖା କରୁଛନ୍ତି ।

ନିଜ କମିକ ଟାଇମିଙ୍ଗ, ଏକ୍ସପ୍ରେସନ ଏବଂ ହସାଉଥିବା ଚେହେରା ପାଇଁ ପ୍ରସିଦ୍ଧ କମେଡିଆନ ବ୍ରହା୍ମନନ୍ଦମ ୧୯୮୬ରେ ‘ଅହାନା ପେଲାନ୍ତା’ ନାମକ ତେଲୁଗୁ ଫିଲ୍ମରେ ଡେବ୍ୟୁ କରିଥିଲେ । ଏପର୍ଯ୍ୟନ୍ତ ସେ ଭିନ୍ନ ଭିନ୍ନ ଭାଷାରେ ପ୍ରାୟ ୧୧୦୦ରୁ ଅଧିକଟି ଫିଲ୍ମରେ କାମ କରି ସାରିଛନ୍ତି । ଏହା ଜଣେ ବ୍ୟକ୍ତିଙ୍କୁ ଏତେ ଭାଷାରେ ଏବଂ ଏତେ ଫିଲ୍ମରେ ଦେଖିବା ବିଶ୍ୱ ରେକର୍ଡ଼ । ତେଣୁ ବ୍ରହ୍ମାନନ୍ଦମଙ୍କ ନାମ ଗିନିଜ ବୁକରେ ସ୍ଥାନ ପାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More