Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ସୋୟାବିନ୍ କଟଲେଟ୍

Times Food
0 59

ସଂଧ୍ୟା ଚା’ ସହିତ ସୋୟାବିନ୍ କଟଲେଟ୍ ଟ୍ରାଏ କରନ୍ତୁ ଏହାକୁ ସବୁବର୍ଗର ଲୋକମାନେ ପସନ୍ଦ କରିଥାନ୍ତି । ଏହା ପ୍ରସ୍ତୁତ କରିବା ମଧ୍ୟ ଖୁବ ସହଜ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…

ସାମଗ୍ରୀ-

ସୋୟାବିନ- ୧/୨ କପ (ପାଣିରେ ଭିଜା ଯାଇଥିବା)
ଆଳୁ- ୨ ଟି
କଂଚା ଲଙ୍କା- ଛୋଟ କଟା ୨ ଟି
ଲାଲ୍ ଲଙ୍କା ପାଉଡର- ଆବଶ୍ୟକ ଅନୁସାରେ
ଗରମ ମସଲା- ଆବଶ୍ୟକ ଅନୁସାରେ
ଅଦା ଛେଚା- ୧ ଚାମଚ
ଧନିଆ ପତ୍ର
ବ୍ରେଡ କ୍ରମ୍ସ- ୧/୨ କପ
ତେଲ- ଛାଣିବା ପାଇଁ
ପୋଦିନା ପତ୍ର

ପ୍ରଣାଳୀ-

– ପ୍ରଥମେ ଆଳୁକୁ ସିଝାଇ ଚେପା ଛଡାଇ ଦିଅନ୍ତୁ । ଚେପା ଛଡାଇବା ପରେ ଏହାକୁ ଭଲଭାବେ ଚକଟି ଦିଅନ୍ତୁ ।

– ବର୍ତ୍ତମାନ ଭିଜାଇଥିବା ସୋୟାବିନରୁ ପାଣି ବାହାର କରିଦିଅନ୍ତୁ ।

– ଏହାପରେ ଏକ ପାତ୍ର ନେଇ ସେଥିରେ ଆଳୁ ଏବଂ ସୋୟାବିନକୁ ମିଶାଇ ଦିଅନ୍ତୁ । ଏହାପରେ ଏହି ମିଶ୍ରଣରେ ବ୍ରେଡ କ୍ରମ୍ସକୁ ଛାଡି ଅନ୍ୟ ସମସ୍ତ ସାମଗ୍ରୀକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ ।

– ଏହା ପରେ ଏହି ମିଶ୍ରଣକୁ ନେଇ କଟଲେଟ୍ ଆକାରର ଛୋଟ ଛୋଟ ଗୋଲ କରନ୍ତୁ ।

– ବର୍ତ୍ତମାନ ପ୍ୟାନ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହୋଇଗଲା ପରେ କଟଲେଟକୁ ବ୍ରେଡ କ୍ରମ୍ସରେ ଗୋଳାଇ ତେଲରେ ଫ୍ରାଏ କରନ୍ତୁ ।

– ଗୋଲଡେନ ବ୍ରାଉନ ହେବା ପରେ ଏହାକୁ କାଢି ଦିଅନ୍ତୁ ।

– ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୋୟାବିନ୍ କଟଲେଟ୍ । ବର୍ତ୍ତମାନ ଏହାକୁ ଗରମ ଗରମ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More