Only for Entertainment

ଦିନକ ପାଇଁ ବିଧାୟକ ହେଲେ ୫ ବର୍ଷର ଦିବ୍ୟାଙ୍ଗ ଶିଶୁ, ଶୁଣିଲେ ଲୋକଙ୍କ ଅଭିଯୋଗ, କୋତବାଲୀରେ ହେଲା ସ୍ୱାଗତ !

NewsroomPost
33

ଗୋଟିଏ ଦିନ ପାଇଁ ବିଧାୟକ ବନିଲେ ୫ ବର୍ଷର ଶିଶୁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମହୋବାର ଚରଖାରୀ ବିଧାନସଭା କ୍ଷେତ୍ରରୁ। ଏହି ଶିଶିକୁ ଗୋଟିଏ ଦିନ ପାଇଁ ବିଧାୟକ ବନାଇଲେ ବିଧାୟକ ବ୍ରଜଭୂଷଣ ରାଜପୁତ। ହେଲେ କାହିଁକି? ଆସନ୍ତୁ ଜାଣିବା ଏହାର ରହସ୍ୟ

ଅଭିନେତା ଅନିଲ କପୁରଙ୍କ ଫିଲ୍ମ ତ ଆପଣ ଦେଖିଥିବେ । ଫିଲ୍ମରେ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ରରେ ଥିବା ଅମରେଶ ପୁରୀ ଅନିଲ କପୁରଙ୍କୁ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ କରିଥିଲେ । କିଛି ଏମିତି ମାମଲା ମହୋବାର ଚରଖାରୀ ବିଧାନସଭା କ୍ଷେତ୍ରରୁ ଆସିଛି । ଚରଖାରୀରୁ ବିଧାୟକ ବ୍ରଜଭୂଷଣ ରାଜପୁତ ଫିଲ୍ମି ଅନ୍ଦାଜରେ ୫ବର୍ଷୀୟ ଶିଶୁକୁ ଗୋଟିଏ ଦିନର ବିଧାୟକ ବନାଇଲେ । କେବଳ ସେତିକି ନୁହେଁ ବିଧାୟକ ଶିଶୁକୁ ନିଜର ଗାଡି, ଗନର ଓ ସଚିବ ବି ଦେଲେ । ଶିଶୁ ବି ପୁରା ଦିନ ବିଧାୟକଙ୍କ ଭଳି ଲୋକଙ୍କ ସମସ୍ୟା ଶୁଣିଲେ ଓ ଅଂଚଳ ବୁଲି ଦେଖିଲେ ।

ନିଜ ଦିବ୍ୟାଙ୍ଗ ପିଲାକୁ ବିଧାୟକ ହେବା ଦେଖି ତାଙ୍କ ମା’ବାପାଙ୍କ ଆଖିରୁ ଖୁସିର ଲୁହ ଝରିଥିଲା । ଛୋଟ ବିଧାୟକ ବୈଠକରେ ବସି ଲୋକଙ୍କ ସମସ୍ୟା ଶୁଣିଥିଲେ । ତା’ପରେ ତାଙ୍କୁ କୋତୱାଲି ନିଆଗଲା । ସେଇଠି ତାଙ୍କର ବହୁତ ସ୍ୱାଗତ ହେଲା ପରେ ସେ ସେଲଫି ବି ନେଲେ । ଗୋଟିଏ ଦିନର ବିଧାୟକ ବନିଥିବା ଶିଶୁର ନାମ ଅରୁଣ ଅହିରୱାର । ଅରୁଣ ଜନ୍ମରୁ କହିପାରନ୍ତିନି । ତାଙ୍କ ମା’ବାପାଙ୍କୁ ତାଙ୍କ ଭବିଷ୍ୟତ ପାଇଁ ବହୁତ ଚିନ୍ତା ଥାଏ । କିନ୍ତୁ ଅରୁଣଙ୍କୁ ଏହି ପ୍ରକାରରେ ଦେଖି ସେମାନେ ଖୁସି ହୋଇଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More