Only for Entertainment

ଫିଲ୍ମ ନୋଟବୁକ ପାଇଁ ନିର୍ମାଣ ହେଲା ନିଆରା ଫ୍ଲୋଟିଙ୍ଗ ସେଟ, ଦେଖନ୍ତୁ ଫଟୋ ।

bollywood tadka
27

ଜହୀର ଇକବାଲ ଏବଂ ପ୍ରନୂତନ ଅଭିନୀତ ତଥା ନୀତିନ କକ୍କରଙ୍କ ନିର୍ଦ୍ଦେଶିତ ଫିଲ୍ମ ନୋଟବୁକ ପାଇଁ ନିର୍ମାତା ଏକ ଭିନ୍ନ ଫ୍ଲୋଟିଙ୍ଗ ସେଟ ନିର୍ମାଣ କରିଛନ୍ତି । ଫିଲ୍ମରେ ୨୦୦୭ର କାହାଣୀକୁ ଦର୍ଶାଯାଇଛି । ପାଣି ମଧ୍ୟରେ ଏକ ସ୍କୁଲ ଅଛି ଯାହା ଉପରେ ଫିଲ୍ମ କେନ୍ଦ୍ରିତ ହୋଇଛି । ତେଣୁ ଏହି ଭିନ୍ନ ସେଟ ନିର୍ମାଣ କରାଯାଇଛି ।

ମଜାଦାର କଥା ହେଉଛି ଏହାକୁ ପ୍ରସ୍ତୁତ କରିବାକୁ ୩୦ ଦିନ ସମୟ ଲାଗିଲା । ଏଥିପାଇଁ ୮୦ ଜଣ କ୍ରୁ ସଦସ୍ୟ କାମରେ ନିୟୋଜନ ଥିଲେ । ଆର୍ଟ ଡିଜାଇନିଂ ପାଇଁ ଦୁଇଜଣ ଯୁବକ ଖାସ କାମ କରିଛନ୍ତି ।

କାଶ୍ମୀରର ପୃଷ୍ଠଭୂମି ଉପରେ ଆଧାରିତ ଏହା ଏକ ରୋମାଂଟିକ ଫିଲ୍ମ । ଯାହାକୁ ଦେଖିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସିବଯେ କ’ଣ ଆପଣ ମଧ୍ୟ କାହାର ପ୍ରେମରେ ପଡ଼ିପାରନ୍ତି ଯାହାକୁ କେବେ ମଧ୍ୟ ଦେଖିନାହାଁନ୍ତି । ଫିଲ୍ମ ୨୯ ମାର୍ଚ୍ଚକୁ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More