Only for Entertainment

କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରସ୍ତୁତ କରନ୍ତୁ ଗାଜର ହଲୱା ଶଟସ,ଅଧିକ ପସନ୍ଦ କରାଯାଉଥିବା ମିଠା ରେସିପି ।

youtube
53

 

ପ୍ରତିଦିନ ଗୋଟିଏ ପ୍ରକାରର ଖାଦ୍ୟ ଖାଇଲେ ବିରକ୍ତ ଲାଗିଥାଏ । ତେଣୁ ଆମେ ପ୍ରତିଦିନ ଭିନ୍ନ ଭିନ୍ନ ସ୍ୱାଦର ଖାଦ୍ୟ ପ୍ରସ୍ତୁତ କରିଥାଉ । ଠିକ ସେହିପରି ମିଠାରେ ଯଦି ଭିନ୍ନ ସ୍ୱାଦର ଖାଦ୍ୟ ଆପଣଙ୍କୁ ପ୍ରସ୍ତୁତ କରି ଦିଆଯାଏ ତେବେ କିପରି ହେବ । ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ ଗାଜର ହାଲୱା । କାରଣ ଗାଜର ହାଲସ୍ୱା ତ ଆପଣ ନିହାତି ଭାବରେ ପ୍ରସ୍ତୁତ କରି ଖାଇଥିବେ । କିନ୍ତୁ ଏହା ତାହା ଠାରୁ ଅଧିକ ସ୍ୱାଦିଷ୍ଟ । ଆସନ୍ତୁ ଜାଣିବା ଆଲୋଚନା କରିବା ଏହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ସର୍ବ ପ୍ରଥମେ ୪୦୦ ଗ୍ରାମର ଗାଜରକୁ ଗ୍ରେଟ କରି ଦିଅନ୍ତୁ । ଏବେ କୁକିଙ୍ଗ ପ୍ୟାନ ଗରମ କରନ୍ତୁ । ସେଥିରେ ୫୦ ମିଲି ଘିଅ ପକାନ୍ତୁ ।ଏହାପରେ ଗାଜର ପକାନ୍ତୁ । ମଧ୍ୟମ ଆଂଚରେ ୭ରୁ ୧୦ ମିନିଟ ରଖନ୍ତୁ ।ଏବେ ୧୫୦ ମିଲି କଣ୍ଡେନ୍ସଡ ମିଲ୍କ ମିଶାନ୍ତୁ ।ଏହାପରେ ଚିନି ଏବଂ କିସମିସ ପକାଇ ୫ରୁ ୭ ମିନିଟ ମଧ୍ୟମ ଆଂଚରେ ରଖନ୍ତୁ ।ଏହାପରେ କାଜୁ ପକାନ୍ତୁ ।ଅନ୍ୟ ଏକ କରେଇରେ ଦେଢ ଲିଟର କ୍ଷୀର ପକାଇ ଗରମ କରନ୍ତୁ ।ଏହାର ୩ ଭାଗ ଶୁଷ୍କ ହୋଇଯିବା ପରେ ଚିନି ଏବଂ କେଶର ପକାଇ ସାମାନ୍ୟ ଫୁଟାନ୍ତୁ ।ଏବେ ରଖିଥିବା ଗାଜରକୁ ପାତ୍ରରେ ବାହାର କରି ସେହି କ୍ଷୀରକୁ ତାହା ଉପରେ ପକାଇ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More