Only for Entertainment

ବିରୁଷ୍କାଙ୍କ ପାର୍ଟିରେ ସ୍ୱତନ୍ତ୍ର ଅତିଥି !

0 43

ଇଣ୍ଡିଆ କ୍ରିକେଟ ଅଧିନାୟକ ବିରାଟ କୋହଲୀ ଓ ଅନୁଷ୍କା ଶର୍ମା ସୁଦୂର ଇଟାଲୀରେ ବର୍ଣ୍ଣାଢ୍ୟ ବିବାହ କରିଥିଲେ । ୨୧ ତାରିଖରେ ଦିଲ୍ଲୀରେ ତାଙ୍କର ପ୍ରଥମ ରିସେପସନ ପାର୍ଟି ଆୟୋଜନ ହୋଇଥିଲା ବେଳେ ଗତ ମଙ୍ଗବାରଦିନ ତାଙ୍କର ଦ୍ୱିତୀୟ ରିସେପସନ ପାର୍ଟି ମୁମ୍ବାଇର ସେଂଟ ରେଗିସ ହୋଟେଲରେ ଆୟୋଜନ କରାଯାଇଥିଲା ।

ତେବେ ଏହି ରିସେପସନ ପାର୍ଟିରେ ଏଭଳି ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା ନା ସେ ଥିଲେ ଖେଳାଳି ନା ଥିଲେ ବଲିଉଡ ଦୁନିଆର ଜଣାଶୁଣା ଆକ୍ଟର । ସେ ହେଉଛନ୍ତି ଜଣେ ସାଧାରଣ ପ୍ରଂଶସକ । ଏବେ ଏହି ପ୍ରଂଶସକକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ତେବେ ଆପଣ ଜାଣିବାକୁ ନିଶ୍ଚିତ ଚାହୁଁଥିବେ, ସେ ପ୍ରଶଂସକ ଜଣ କିଏ ?

ଯେଉଁମାନଙ୍କୁ ଦେଖିବାକୁ ଦର୍ଶକ ବର୍ଷ ବର୍ଷ ଅପେକ୍ଷା କରୁଛନ୍ତି । ସେମାନେ କିଭଳି ଗୋଟିଏ ସାଧାରଣ ବ୍ୟକ୍ତିକୁ ତାଙ୍କର ରିସେପସନ ପାର୍ଟିରେ ନିମନ୍ତ୍ରଣ କରିଲେ । ଏହା ଆପଣଙ୍କୁ ନିଶ୍ଚିତ ବିସ୍ମିତ କରୁଥିବ । ତେବେ ଜାଣି ରଖନ୍ତୁ ସେ ଜଣେ ଶ୍ରୀଲଙ୍କାର ପାଗଳ କ୍ରିକେଟ ପ୍ରଶଂସକ । ତାଙ୍କ ନାମ ଗାୟାନ ସେନାନାୟକ । ଶ୍ରୀଲଙ୍କା ଦଳ ପୃଥିବୀର ଯେକୌଣସି ଜାଗାରେ କ୍ରିକେଟ ଖେଳେ ସେଠାରେ ନିଶ୍ଚିତ ଭାବେ ଗାୟାନ ପହଂଚିଯାଆନ୍ତି । ପଡିଆରେ ବସି ସେ ଶ୍ରୀଲଙ୍କା ଖେଳାଳିଙ୍କ ସହ ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତି ।

ଗାୟାନ ମଙ୍ଗଳବାର ପାର୍ଟିରେ ପହଂଚିବା ପରେ ବିରାଟ ଓ ଅନୁଷ୍କା ତାଙ୍କ ପାଖକୁ ଆସି ଖବର ବୁଝିବା ସହ ଫଟୋ ଉଠାଇଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଭାରତ, ଶ୍ରୀଲଙ୍କା ସହିତ ବହୁ ଦେଶର କ୍ରିକେଟ ପ୍ରଶଂସକମାନେ ବିରାଟଙ୍କୁ ଖୁବ ତାରିଫ କରିଛନ୍ତି । ବଡ଼ବଡ଼ ଷ୍ଟାରମାନଙ୍କ ଭିତରେ ବିରାଟ ସାଧାରଣ କ୍ରିକେଟ ପ୍ରଶଂସକଙ୍କୁ ଭୁଲିନଥିବା ଏକ ଉଲ୍ଲେଖନୀୟ ବିଷୟ ବୋଲି ଚର୍ଚ୍ଚା ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More