Only for Entertainment

ଦୃଷ୍ଟିହୀନଙ୍କ ପାଇଁ ‘ସଞ୍ଜୁ’ର ସ୍ପେଶାଲ ସ୍କ୍ରିନିଙ୍ଗ, ଏପରି କରିବାରେ ପ୍ରଥମ ଭାରତୀୟ ଫିଲ୍ମ ସାଜିଲା ‘ସଞ୍ଜୁ’

Firstpost
0 45

ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ ଏବେ ଦେଶରେ ଏବଂ ବିଦେଶରେ ଲୋକପ୍ରିୟ ହୋଇ ସାରିଛି । ଫିଲ୍ମର ରିଲିଜକୁ ମାସେ ହେବାକୁ ଥିବା ବେଳେ ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳିଛି । ବକ୍ସ ଅଫିସରେ ୩୦୦ କୋଟିରୁ ଅଧିକ ଆୟ କରି ରେକର୍ଡ କରିଥିବା ସଞ୍ଜୁ ଏବେ ଆଉ ଏକ ରେକର୍ଡ ନିଜ ନାମରେ କରିଛି । । ଦୃଷ୍ଟିହୀନଙ୍କ ପାଇଁ ଫିଲ୍ମ ‘ସଞ୍ଜୁ’ର ସ୍ପେଶାଲ ସ୍କ୍ରିନିଙ୍ଗ ରଖାଯାଇଥିଲା ବେଳେ ଏପରି କରିବାରେ ଭାରତର ପ୍ରଥମ ଫିଲ୍ମ ସାଜିଛି ‘ସଞ୍ଜୁ’ ।

sanju-poster

ଫିଲ୍ମର ସ୍ପେଶାଲ ସ୍କ୍ରିନିଙ୍ଗ ଅଗଷ୍ଟ ୧ରେ ଦିଲ୍ଲୀରେ ଆୟୋଜିତ କରାଯାଇଥିଲା । ଦିଲ୍ଲୀରେ ଥିବା କନ୍ନଟ୍‌ ପ୍ଲେସର ପିଭିଆର୍‌ ସିନେମାରେ ଦୃଷ୍ଟିହୀନଙ୍କ ପାଇଁ ଏହି ସ୍ପେଶାଲ ସ୍କ୍ରିନିଙ୍ଗ ଆୟୋଜିତ କରାଯାଇଥିଲା । ଏହି ଫିଲ୍ମର ମଜା ଦୃଷ୍ଟିହୀନଙ୍କ ସମେତ ଅନ୍ୟ ସାଧାରଣ ଲୋକମାନେ ମଧ୍ୟ ନେଇଛନ୍ତି । ଏହି ଫିଲ୍ମର ସ୍କ୍ରିନିଙ୍ଗ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ତରଫରୁ ରଖା ଯାଇଥିବା ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More