Only for Entertainment

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମୁକ୍ତିଲାଭ କରିଛି ସ୍ପେଶାଲ ବଲିଉଡ ଗୀତ ‘ହୱା ଆନେ ଦେ’

you tube
29

ଜୁନ୍ ୫ରେ ସାରା ବିଶ୍ୱ ପାଳନ କରିଛି ବିଶ୍ୱ ପରିବେଶ ଦିବସ । ଆଉ ନିଜ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସବୁଆଡେ ବାର୍ତା ଦିଆ ଯାଉଛି । ଏଥିରୁ ବାଦ୍ ପଡିନି ବଲିଉଡ୍ । ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ବଲିଉଡରେ ମୁକ୍ତିଲାଭ କରିଛି ଏକ ଖାସ୍ ଗୀତ – ‘ହୱା ଆନେ ଦେ’ ।

ଗୀତରେ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୟ ସ୍ଥାନ ପାଇଛି । କେବଳ ଅକ୍ଷୟ କୁମାର୍ ନୁହଁନ୍ତି ବଲିଉଡର ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । କଳାକାରମାନେ ପ୍ରଦୂଷଣ ମୁକ୍ତ ବାୟୁ ପାଇଁ ଏହି ଗୀତ ଜରିଆରେ ବାର୍ତା ଦେଇଛନ୍ତି । ବଢୁଥିବା ସହରୀକରଣ ପାଇଁ ଆମ ବାୟୁମଣ୍ଡଳ କିଭଳି ପ୍ରଦୂଷିତ ହେଉଛି ତାହାକୁ ରୋକିବା ପାଇଁ ଏହି ଗୀତରେ ମେସେଜ୍ ଦେଇଛନ୍ତି ବଲିଉଡ୍ ସେଲିବ୍ରିଟି ।

ଏହି ଗୀତରେ କଣ୍ଠଦାନ କରିଛନ୍ତି ଶଙ୍କର ମହାଦେବନ୍, ସାନ୍, ସୁନିଧି ଚୌହ୍ୱାନ୍, ସୈମକ୍ ଦାବର୍, ଓ କପିଲ୍ ଶର୍ମା । ଆଉ ଗୀତ ଦୃଶ୍ୟାୟନରେ ନଜର ଆସିଛନ୍ତି ଅକ୍ଷୟ କୁମାର୍, ରାଜ କୁମାର୍ ରାଓ, ବିକି କୌଶଲ୍, ଆଦି ଷ୍ଟାର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More