Only for Entertainment

କେନ୍ଦ୍ରମନ୍ତ୍ରୀଙ୍କ ଗୀତ ଗାଇବା ସହିତ ରବି କିଶନଙ୍କ ସିଟି ବଜାଇବା, ଦେଖନ୍ତୁ ଭାଇରାଲ ଭିଡ଼ିଓ

bollywood tadka
59

ଅଭିନେତାରୁ ନେତା ହୋଇଥିବା କଳାକାରଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଏଥିରେ ଏଭଳି ଅଭିନେତାଙ୍କୁ ଦେଖିବାକୁ ମିଳେ ଯିଏ ଅଭିନୟ ପରେ ପରେ ରାଜନୀତିରେ ପ୍ରବେଶ କରିଥାନ୍ତି । ଏଥିରେ କେବଳ ଅଭିନେତା ନୁହଁନ୍ତି ବରଂ ଗାୟକ ମଧ୍ୟ ସାମିଲ ହୋଇଛନ୍ତି । ଯେପରିକି ଗାୟକ ବାବୁଲ ସୁପ୍ରିୟ, ଅଭିନେତା ରବି କିଷନ, ଭୋଜପୁରୀ ଷ୍ଟାର ମନୋଜ ତିୱାରୀ ଆଦି ଏଥିରେ ସାମିଲ ଅଛନ୍ତି । ଫିଲ୍ମରେ ସେମାନେ ଯେତିକି ନାମ କରିଛନ୍ତି ରାଜନୀତିରେ ମଧ୍ୟ ସେତିକି । ଏହିଭଳି ଏକ ନଜାରା ଆଜି ଦେଖିବାକୁ ମିଳିଛି ।

 

ବାସ୍ତବରେ କେନ୍ଦ୍ର ଖେଳମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡ଼ିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ଗାୟକ ବାବୁଲ ସୁପ୍ରିୟ ଏବଂ ମନୋଜ ତିୱାରୀଙ୍କ ସହିତ କିଶୋର କୁମାରଙ୍କ ଗୀତ ଗାଉଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓ ଇଂଟରନେଟରେ ଖୁବ ଭାଇରାଲ ହେଉଛି । ଭିଡ଼ିଓ ମଧ୍ୟରେ ଅଭିନେତା ରବି କିଶାନ ସିଟି ବଜାଉ ଥିବାର ନଜର ଆସିଛନ୍ତି ।

ଏହା ଖୁବ କମ ଦେଖିବାକୁ ମିଳେ ଯେତେବେଳେ ଷ୍ଟାର ରାଜନୀତିରୁ କିଛି ସମୟ ବାହାର କରି ଜୀବନକୁ ସାଧାରଣ ମଣିଷ ଭଳି ଉପଭୋଗ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More