Only for Entertainment

ଜଳଖିଆ ପାଇଁ ପ୍ରସ୍ତୁତ କରନ୍ତୁ ହେଲଦି ସ୍ପ୍ରାଉଟ ଉତପମ୍ !

24

ସକାଳ ଜଳଖିଆରେ ଆପଣ କିଛି ଅଲଗା ଧରଣର ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଚାହନ୍ତି, ତେବେ ସ୍ପ୍ରାଉଟ୍‌ ଉତ୍ତପମ ନିହାତି ଟ୍ରାଏ କରନ୍ତୁ। ଏହା ଏକ ଦକ୍ଷିଣ ଭାରତୀୟ ଖାଦ୍ୟ। ଏହା ତିଆରି କରିବା ଲାଗି ଆପଣଙ୍କୁ ବେଶୀ ସମୟ ମଧ୍ୟ ଲାଗିବ ନାହିଁ। ଚାଲନ୍ତୁ ଜାଣିବା ସ୍ପ୍ରାଉଟ୍‌ ଉତ୍ତପମର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକୀୟ ସାମଗ୍ରୀ

ଅଧ କପ୍‌ ଚାଉଳ,

ଅଧ କପ୍‌ ବିରି,

୨ ଟି କଟା କଞ୍ଚା ଲଙ୍କା,

୧ ଟି କଟା ଟମାଟୋ,

୧ ଟି କଟା ପିଆଜ,

୩ ଟେବଲ ସ୍ପୁନ୍‌ ମଟର,

୩ ଟେବଲ ସ୍ପୁନ୍‌ ଗଜା ମୁଗ,

ସ୍ବାଦାନୁସାରେ ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ବିରି ଓ ଚାଉଳକୁ ଭିଜାଇ ପେସି ଦିଅନ୍ତୁ। ଏକ ପାତ୍ରରେ ଗଜା ମୁଗ, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଧନିଆ ପତ୍ର, ମଟର ଓ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ। ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏଥିରେ ୨ ଟେବଲସ୍ପୁନ୍‌ ବିରି ଓ ଚାଉଳର ଆଣ ପକାଇ ଚକୁଳି ଭଳି ଚାରିଆଡ଼କୁ ସ୍ପ୍ରେଡ୍‌ କରନ୍ତୁ। ଏହା ଉପରେ ୨ ଟେବଲସ୍ପୁନ୍‌ ଗଜା ମୁଗର ମିଶ୍ରଣ ଦେଇ ଧିମା ଆଞ୍ଚରେ ଘୋଡ଼ାଇ ଦିଅନ୍ତୁ। ଉତ୍ତପମକୁ ଓଲଟାଇ ଅପରପାର୍ଶ୍ବକୁ ମଧ୍ୟ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ପ୍ରାଉଟ୍‌ ଉତ୍ତପମ। ସାମ୍ବର କିମ୍ବା ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More