Only for Entertainment

ସଲମାନଙ୍କ ଅଫରକୁ କାହିଁକି ମନା କରିଥିଲେ ଶ୍ରଦ୍ଧା?

youtube
0 60

ଶ୍ରଦ୍ଧା କପୁର ବଲିଉଡର ଜଣେ ବେଶ ଜଣାଶୁଣା ଅଭିନେତ୍ରୀ । ବଡ଼ ବଡ଼ ଫିଲ୍ମ ନିର୍ମାତା ଶ୍ରଦ୍ଧାଙ୍କୁ ସାଇନ କରିବାକୁ ଇଛା କରନ୍ତି । କମ ସମୟରେ ଖୁବ ନାଁ କମାଇଥିବା ଏହି ମନମୋହିନୀ ସଲମାନଙ୍କ ଅଫରକୁ ଏଡ଼ାଇ ଦେଇଥିଲେ । ଖବର ଅନୁସାରେ ଶ୍ରଦ୍ଧାଙ୍କୁ ୧୬ ବର୍ଷ ବୟସରେ ଫିଲ୍ମର ଅଫର ଦେଇଥିଲେ ସଲମନ । କିନ୍ତୁ ପଢା ପାଇଁ ସେ ଏହି ଅଫରକୁ ଗ୍ରହଣ କରିନଥିଲେ ।

ବାସ୍ତବରେ ସ୍କୁଲରେ ପରଫର୍ମ କରୁଥିବା ସମୟରେ ସଲମାନ ତାଙ୍କ ଅଭିନୟରେ ଖୁବ ପ୍ରଭାବିତ ହୋଇଥିଲେ । କିନ୍ତୁ ଶ୍ରଦ୍ଧା ପଢାରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାକୁ ଚାହୁଁଥିବାରୁ ବିନମ୍ରତାର ସହିତ ଏହି ଅଫରକୁ ମନା କରି ଦେଇଥିଲେ ।

ବଲିଉଡରେ ସଲମାନଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କେତେକ ନାୟିକାଙ୍କୁ ମଧ୍ୟ ସେ ବ୍ରେକ ଦେଇଛନ୍ତି । କ୍ୟାଟ୍ରିନା ମଧ୍ୟ ସଲମାନଙ୍କ ପାଇଁ ବଲିଉଡରେ ପ୍ରସିଦ୍ଧତା ଲାଭ କରି ପାରିଛନ୍ତି । ତେବେ ଆଗାମୀ ଦିନରେ ଶ୍ରଦ୍ଧା ସଲାମନଙ୍କ ସହିତ ନଜର ଆସୁଛନ୍ତି କି ନୁହେଁ ଦେଖାଯିବ ।

ଶ୍ରଦ୍ଧା ଆଶିକୀ ଟୁରୁ ନିଜ ଫିଲ୍ମ କ୍ୟାରଅର ଆରମ୍ଭ କରିଥିଲେ । ଏହାପରେ ହାଫ ଗର୍ଲଫ୍ରେଣ୍ଡ,ବାଗୀ,ହାଇଦର ଏବଂ ଭିଲେନ ଭଳି ସୁପରହିଟ ଫିଲ୍ମ ମଧ୍ୟ କରିଛନ୍ତି । ତେବେ ସେ ବାହୁବଳି ପ୍ରଭାସଙ୍କ ସହିତ ଫିଲ୍ମ ସାହୋରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More