ସୁଶାନ୍ତଙ୍କୁ ନେଇ ଦୁଇ ବଲିଉଡ ନାୟିକାଙ୍କ ଭିତରେ ଟଣାଓଟରା!
ବଲିଉଡର ଲୋକପ୍ରିୟ ନାୟକ ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଦୁଇ ନାୟିକାଙ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ଦୁଇ ନାୟିକା ହେଲେ କୃତି ସାନନ୍ ଓ ଶ୍ରଦ୍ଧା କପୁର। କୃତି ସାନନ୍ ହେଉଛନ୍ତି ସୁଶାନ୍ତଙ୍କ ପ୍ରେମିକା। ଏ ଦୁହେଁ ଦୁଇ ବର୍ଷରୁ ଅଧିକ ସମୟ ହେବ ପ୍ରେମ ସଂପର୍କରେ ଅଛନ୍ତି। ଅବଶ୍ୟ ସେମାନେ କେବେ ବି ମୁହଁ ଖୋଲି ସେ କଥାକୁ ସ୍ୱୀକାର କରିନାହାଁନ୍ତି।
ପ୍ରକୃତ କଥା ହେଲା ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଜଣେ ନିର୍ମାତା ଏକ ସିନେମା ନିର୍ମାଣ କରୁଛନ୍ତି। ଏହା ଏକ କଲେଜ୍ ଲଭ୍ ଷ୍ଟୋରି। ଏହି ପିଲ୍ମରେ ନାୟିକା ଭୂମିକା କରିବା ପାଇଁ ପ୍ରଯୋଜକଙ୍କୁ ସୁଶାନ୍ତ ସିଂହ ରାଜପୁତ କୃତି ସାନନ୍ଙ୍କ ନାଆଁ ସୁପାରିଶ୍ କରିଥିଲେ। ଏହାପରେ ନିର୍ଦ୍ଦେଶକ କୃତିଙ୍କ ବଦଳରେ ଶ୍ରଦ୍ଧା କପୁରଙ୍କୁ ନିଆଗଲେ ଭଲ ହେବ ବୋଲି କହିଥିଲେ। ପ୍ରଯୋଜକ ରାଜି ହୋଇଗଲେ। ଫଳତଃ ଫିଲ୍ମର ଅଫର୍ ମିଳିଲା ଶ୍ରଦ୍ଧା କପୁର୍ଙ୍କୁ।
ଶ୍ରଦ୍ଧା କପୁର ଫିଲ୍ମର କାହାଣୀ ଶୁଣିବାପରେ ରାଜି ହୋଇଗଲେ। ହେଲେ କୃତି ସାନନ୍ ମନେ କରୁଛନ୍ତି ଯେ ବୋଧହୁଏ ଶ୍ରଦ୍ଧା ଜାଣିଶୁଣି ତାଙ୍କର ଓ ସୁଶାନ୍ତଙ୍କ ଭିତରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଶ୍ରଦ୍ଧା ସୁଶାନ୍ତଙ୍କ ସହ ତାଙ୍କୁ ଆଉଟ୍ କରିଛନ୍ତି ବୋଲି ଭାବୁଛନ୍ତି କୃତି ସାନନ୍।