Only for Entertainment

ଶ୍ରୀସନ୍ତଙ୍କ ଉପରେ ରାଗିଲେ ତାଙ୍କ ଏକ୍ସଗାର୍ଲଫ୍ରେଣ୍ଡ, ପତ୍ନୀଙ୍କୁ ଭଲ ପାଉଥିଲେ ତ ତାଙ୍କ ସହ କିଭଳି ଲିଭ-ଇନରେ ଥିଲେ ବୋଲି କଲେ ପ୍ରଶ୍ନ !

27

ଶ୍ରୀସନ୍ତ ଏବେ ବିବାଦୀୟ ସିରିଆଲ ବିଗବସ ସିଜନ୧୨ରେ ସବୁଠାରୁ ଚର୍ଚ୍ଚିତ ପର୍ସନାଲିଟି ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଅଟନ୍ତି । ସୋ’ରେ ଶ୍ରୀସନ୍ତଙ୍କୁ ସମସ୍ତ ପ୍ରତିଯୋଗୀଙ୍କ ତାଙ୍କୁ ରିଅଲ ବୋଲି କୁହାଯାଉଛି ।ସୋ’ରେ ଶ୍ରୀ ନିଜର ରିଲେଶନସିପକୁ ସମ୍ପର୍କରେ କହୁଥିବାର ମଧ୍ୟ ନଜର ଆସିଥିଲେ । ଶ୍ରୀ କହିଥିଲେ ଯେ ସେ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି,ଏବଂ ବିବାହ ପୂର୍ବରୁ ସେ ଲମ୍ବା ସମୟ ପର୍ଯ୍ୟନ୍ତ ତାଙ୍କ ସହ ଥିଲେ । ମାତ୍ର ମିଲିଥିବା ରିପୋର୍ଟ ମୁତାବକ ଶ୍ରୀସନ୍ତଙ୍କ ଏକ୍ସଗାର୍ଲଫ୍ରେଣ୍ଡ ଙ୍କ ବୟାନ ସାମ୍ନାକୁ ଆସିଛି ।

ବରଧାନାୟକା ଅଭିନେତ୍ରୀ ନିକେସା ପଟେଲ କହିଛନ୍ତି ଯେ ଶ୍ରୀସନ୍ତ ସୋ ବିଗବସ ଯେଉଁଭଳି ଦେଖା ଯାଉଛନ୍ତି ତାହା ଦେଖି ସେ ଆଶ୍ଚର୍ଯ୍ୟ ଥିବା କହିଛନ୍ତି । ଅଭିନେତ୍ରୀ ଜଣକ କହିବା ମୁତାବକ ଶ୍ରୀସନ୍ତ ସୋ ରେ ରିଲେଶନସିପକୁ ନେଇ ଦେଇଥିବା ବୟାନରେ ସେ ଦୁଃଖିତ । ଏକ ରିପୋର୍ଟ ମୁତାବକ , ନିକେସା କହିଛନ୍ତି ଯେ ବ୍ରେକଅପ ପରେ ସେ ଶ୍ରୀସନ୍ତ ଙ୍କୁ କେବେ ଦେଖା କରିନାହାନ୍ତି । କିନ୍ତୁ ସେ ତାଙ୍କୁ ବିଗବସ ଗୃହରେ ଦେଖୁଛନ୍ତି । ନ୍ୟାସନାଲ ଟିଭିରେ ଶ୍ରୀ କହିଛନ୍ତି ଯେ ସେ ଭୁବନେଶ୍ୱରୀଙ୍କୁ ଖୁବ ଭଲ ପାଉଥିଲେ । ଯାହା ନିକେସାଙ୍କୁ ଆଘାତ ଦେଇଛି। ସେ କହିଛନ୍ତି ଯେ ଯଦି ଏଭଳି ଥିଲା ତେବେ ସେ ତାଙ୍କ ସହ ବର୍ଷକ ପାଇଁ କାହିଁକି ଥିଲେ ।

ଏହାବ୍ୟତୀତ ସେ ଏଭଳି ମଧ୍ୟ କହିଛନ୍ତି ଯେ ୫ବର୍ଷ ହେବ ସମସ୍ତ ସମ୍ପର୍କରୁ ସେ ଦୁରେଇ ଯାଇଛନ୍ତି, ମାତ୍ର ଏହି ସମ୍ପର୍କରୁ ସେ ଓହରି ପାରୁନାହାନ୍ତି। ସୋ’ରେ ଶ୍ରୀ ନିଜକୁ ଭଲ ଜତାଉଛନ୍ତି ମାତ୍ର ତାଙ୍କ ବିଷୟରେ ସେ ସବୁ ଜାଣିଥିବା କହିଛନ୍ତି ନିକେସା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More